ବ୍ରହ୍ମପୁର,୧୯/୧୦(ପିପିଟି):ମହାନ୍ ସଂଘର ଚାଳିଶିତମ ବାର୍ଷିକ ଉତ୍ସବ ଅବସରରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ବର୍ଗରୁ ପ୍ରତି ଯୋଗିତା ସଂଘ ସଭାପତି ଶୁସାନ୍ତ କୁମାର ସାବତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ, ଗୁରୁକୁଳ ଇଣ୍ଟରନେସେନାଲ୍ ପବ୍ଲିକ ସ୍କୁଲ ଠାରେ ଆୟୋଜିତ ହୋଇଯାଇଛି। ଏଥିରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ପ୍ରବନ୍ଧ ଲିଖନ,ଚିତ୍ରାଙ୍କନ, ନୃତ୍ୟ,ସାଧାରଣ ଜ୍ଞାନ ଇତ୍ୟାଦି ପରିକ୍ଷା ଆୟୋଜନ କରାଯାଇଥିଲା। ତତ୍ ସହିତ ପୁଣି ଗୃହିଣୀ ଓ ଅଭିଭାବକ ମାଁ ମାନଙ୍କୁ ନେଇ ଆସନ୍ତା ୨୬/୧୦/୨୦୨୫ ତାରିଖ ଦିନ ନୃତ୍ୟ ଓ ଝୋଟି,ବିନା ଅଗ୍ନିରେ ଖାଦ୍ୟ ପ୍ରସ୍ତୁତି, ମେହେନ୍ଦି,ହୁଳହୁଳି,ନୃତ୍ୟ ଇତ୍ୟାଦି ଉପରେ ପ୍ରତିଯୋଗିତା ଆୟୋଜନର ସ୍ଥିରିକୃତ ହୋଇଛି । ଆସନ୍ତା ନଭେମ୍ବର ଦୁଇ ତାରିଖ ଦିନ ଗଞ୍ଜାମ କଳା ପରିଷଦ ଠାରେ ଭବ୍ୟ କାର୍ଯ୍ୟକ୍ରମ ରେ ପୁରସ୍କାର ସ ବିତରଣ କରାଯିବ।
ସମସ୍ତ ଅଭିଭାବକଙ୍କ ଉପସ୍ଥିତି ରେ ଆଜି ପାଳିତ ଏଇ କାର୍ଯ୍ୟକ୍ରମ ବହୁ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ହୋଇଥିବା ବେଳେ,ସମ୍ପାଦକ ପ୍ରଶାନ୍ତ କୁମାର ପାତ୍ରଙ୍କ ସମେତ ସଞ୍ଜୟ କୁମାର ମାଝୀ,ପ୍ରଶାନ୍ତ ଗୌଡ଼,ମନୋରଞ୍ଜନ ପାଢୀ,ନମିତା ରାତି ରାଉତ୍,ସବିତା ସାହୁ,ତପନ କୁମାର ପଣ୍ଡା,ପି. ବୁଚ୍ଚି ବାବୁ,ଉମା ଶଙ୍କର ପାଣି,ଭି.ରବି କୁମାର ଗୁପ୍ତା,ସୁଦିପ ସାହୁ,ପ୍ରକାଶ ଚନ୍ଦ୍ର ଭଜାନି,ଗାୟତ୍ରୀ ପଣ୍ଡା, ସୁଜାତା ମହାପାତ୍ର, ମନୋଜ କୁମାର ସାହୁ,ରୋହିତ ପରିଡ଼ା, ରିତାଞ୍ଜଳି ସ୍ୱାଇଁ, ନଳିନୀ ସାହୁ,ରୋହିତ ପଣ୍ଡା,ସାଧନା ପାଢି,ପୁଷ୍ପାଞ୍ଜଳି ମହାପାତ୍ର,ମନୋଜ ସାହୁ ପ୍ରମୁଖ ପରିଚାଳନାରେ ଯୋଗ ଦେଇଥିଲେ ।