ନୟାଗଡ଼,(ପିପିଟି)୧୨/୦୬,ନୟାଗଡ ଜିଲ୍ଲା ଭାପୁର ବ୍ଲକ ପଦ୍ମାବତୀ ନିକଟରେ ଯାଇଥିବା ମହାନଦୀ ଗର୍ଭରେ ଲୀନ ହୋଇଥିବା ଏକ ମନ୍ଦିରର ଅଗ୍ରଭାଗ ବାଲିରେ ପୋତା ଅବସ୍ଥାରେ ଦୃଶ୍ଯ ମାନ ହୋଇଛି । ପ୍ରାୟ ୧୮୦୧ ରୁ ୧୯୦୦ ମସିହା ପୂର୍ବରୁ ମହାନଦୀ ଗର୍ଭରେ ୭ ଟି ଗ୍ରାମ ବୋରେହି ନାମକ ଏକ ଗ୍ରାମ ଲୀନ ହୋଇଥିବା ଅନୁମାନ କରାଯାଉଛି । କାଳକ୍ରମେ ମହାନଦୀର ବନ୍ୟା ଯୋଗୁଁ ଏହି ବୋରେହି ଗ୍ରାମଟି ବାଲିରେ ପୋତି ହୋଇଯାଇଥିଲା । ପରେପରେ ଏହି ଗ୍ରାମର ଲୋକେ ଉଚ୍ଚ ସ୍ଥାନକୁ ଚାଲିଆସି ବସତି ସ୍ଥାପନ କରିଥିଲେ । ଏହି ବୋରେହି ଗ୍ରାମରୁ କାଳକ୍ରମେ ୭ଟି ମୌଜାରେ ପରିଣତ ହୋଇଥିବା ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ ତାହାର ଏକ ଅଂଶ ପଦ୍ମାବତୀ ଗ୍ରାମ , ଏ ପରି ୭ଟି ମନ୍ଦିର ମହାନଦୀ ଗର୍ଭରେରେ ବୁଡି ରହିଛି , ୧୯୩୩ ମସିହା ବେଳକୁ ପଦ୍ମାବତୀ ଗ୍ରାମ ମହାନଦୀ ଗର୍ଭରେ ଲୀନ ହୋଇ ଯାଇଥିଲା । ସଂସ୍କୃତୀ ଗବେଷକ ମାନେ ଏହି ଘଟଣାକୁ ଗୁରୁତ୍ୱ ଦେଇ ଗବେଷଣା ଚଲାଇଛନ୍ତି ।
ରିପୋର୍ଟ – ସୁଶାନ୍ତ ପ୍ରଧାନ ।