ସୁବର୍ଣ୍ଣପୁର ,୦୨/୦୭(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ବିରାମହରାଜପୁର ବ୍ଲକ ବାଗବାର ପଂଚାୟତ ର ଦେଉଳି ମହାନଦୀ କୂଳରେ ଏକ ବିଶାଳ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ପ୍ରଭା ଫାଉଣ୍ଡସନ, କୋଶଲ ସେନା, ଗ୍ରୀନୋ ଭିବ ସ୍ବେଚ୍ଛାସେବୀ ଅନୁଷ୍ଠାନ ତଥା ବୀରମହାରାଜପୁର ଅଂଚଳ ର ସ୍ବେଛାସେବୀ ମାନେ ଯୋଗ ଦେଇଥିବାବେଳେ ଅତିଥି ଭାବରେ ବିରାମହରାଜପୁର ପଂଚାୟତ ସମିତି ଉପାଧ୍ୟାକ୍ଷ ନାରାୟଣ ଲୁହା, ନବନିର୍ମାଣ କୃଷକ ସଂଗଠନ ସୁବର୍ଣ୍ଣପୁର ର ଚାଷୀ ନେତ୍ରୀ ସୋନାଲି ବିଶି, ପ୍ରଭା ଫାଉଣ୍ଡସନ ପ୍ଲାବନ ମହାପାତ୍ର, କୋଶଲବାଦୀ ନେତା ରମଣୀ ଦନ୍ତା,ବାଗବର ସରପଞ୍ଚ ନିରୁପମା ବଗର୍ତି, ସୁଲୋଚନା ହୋତା, ଅବନୀ ଶତପଥି, ନୀଳାମ୍ବର ଦାସ,!ସିୟା ସଂଗଠନ ର ସମ୍ପାଦକ ସୁଦାମ ଗାଈଗାରିଆ, ଦିଲ୍ଲୀପ ପଧାନ ଯୋଗ ଦେଇଥିଲେ!ଏଥିରେ ପ୍ରାୟ ୨୦୦ ରୁ ଉର୍ଦ୍ଧ ଗଛ ଲଗାଯାଇଥିଲା l
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ