ମଲ୍ଲିକେଶ୍ୱର ମନ୍ଦିରରୁ ଚୋରି ସାମଗ୍ରୀ ଉଦ୍ଧାର,ଚୋର ଗିରଫ ।

ମାଲକାନଗିରି,୧୩/୦୭(ପିପିଟି): ମାଲକାନଗିରି ସଦର ମହକୁମା ଗୋଇ ପର୍ବତ ଉପରେ ଥିବା ମଲ୍ଲିକେଶ୍ଵର ଶିବ ମନ୍ଦିରରୁ ଚୋରି ହୋଇଥିବା ମୋଟର ପମ୍ପ ଏବଂ ସପ୍ତଫେଣି ନାଗ ମୂର୍ତ୍ତିକୁ ମାଲକାନଗିରି ପୋଲିସ ଉଦ୍ଧାର କରିଛି । ଚୋରି କାର୍ଯ୍ଯରେ ସଂପୃକ୍ତ ଜଣକୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି ।
ଗତ ଜୁଲାଇ ୧୦ ତାରିଖ ରାତିରେ ଶିବ ମନ୍ଦିରରୁ ସପ୍ତଫେଣି ନାଗ ଚିତ୍ର ଥିବା ମୂର୍ତ୍ତି ଏବଂ ସେଠାରେ ଭକ୍ତଙ୍କ ପାଇଁ ପାନୀୟ ଜଳ ନିମନ୍ତେ ଥିବା ମୋଟର ପମ୍ପ ଚୋରି ହୋଇଥିବା ନେଇ ମନ୍ଦିର ପୂଜକ ଏବଂ ସ୍ଥାନୀୟ ଯୁବକ ସଂଘ ପୋଲିସକୁ ସୂଚନା ଦେଇଥିଲେ । ମାଲକାନଗିରି ଥାନା ଅଧିକାରୀ ରିଗନ୍ କିଣ୍ଡୋଙ୍କ ନେତୃତ୍ବରେ ଚୋରକୁ ଧରିବା ପାଇଁ ଜାଲ ବିଛା ଯାଇଥିଲା । କଲିକତା ଅଞ୍ଚଳରୁ ମାଲକାନଗିରି ସଦରରେ ଆସି କିଛି କାମ ଆଶାରେ ବୁଲୁ ଥିବାର ସୂଚନା ପାଇ ମାଲକାନଗିରି ବସଷ୍ଟାଣ୍ଡ ନିକଟରେ ପଚରା ଉଚୁରା କରି ଚୋର ଧରିବାରେ ପୋଲିସ ସକ୍ଷମ ହୋଇଥିଲା । ମାନସ ମାଇତି ନାମକ ବ୍ୟକ୍ତିକୁ ପୋଲିସ ଗିରଫ କରିଥିଲା ଏବଂ ତା ନିକଟରେ ଥିବା ମୋଟର ପମ୍ପ ଏବଂ ସପ୍ତଫେଣି ନାଗ ମୂର୍ତ୍ତି ଉଦ୍ଧାର କରାଯାଇଥିଲା । ଗିରଫ ବ୍ୟକ୍ତି ଜଣକ କଲିକତା ତିରାଇପୁର ଗ୍ରାମର ବୋଲି ଜଣାପଡ଼ିଛି ।ଆସାମୀଙ୍କ ବିରୁଧରେ ଧାରା ୩୮୮, ୪୫୭, ୩୮୦ ରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment