ମର୍ଦ୍ଦକୋଟ କୁ ମଦମୁକ୍ତ ପଞ୍ଚାୟତ କରିବାକୁ ଅଣ୍ଟାଭିଡ଼ିଲେ ଯୁବବର୍ଗ,ଥାନା ରେ କଲେ ଅଭିଯୋଗ ।

କୋଦଳା,୩୧/୦୮(ପିପିଟି): ବର୍ତ୍ତମାନ ଚିକିଟି ଠାରେ ମଦମୃତ୍ୟୁ ଭଳି ପରିସ୍ଥିତି ଉପୁଜିଥିବା ବେଳେ ମଦ କୁ ନେଇ ଚାରିଆଡେ ଭୟ ଶୃଷ୍ଟି ହୋଇଛି । ଏହାରି ମଧ୍ୟରେ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ମର୍ଦ୍ଦକୋଟ ପଞ୍ଚାୟତର ବିଭିନ୍ନ ଗ୍ରାମ ରେ ବ୍ୟାପକ ମଦ ବିକ୍ରି ହେଉଥିବା ନେଇ ଗ୍ରାମବାସୀଙ୍କୁ ବ୍ୟଥିତ କରିଛି । ଏହା ଦ୍ୱାରା ରାସ୍ତାରେ ଯିବା ପାଇଁ ସାଧାରଣ ମହିଳା ମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି । ଏପରିକି ମଦ ପିଇ ଘରେ ଘରେ କଳହ କରିବା ସହ ଧନ ଜୀବନ ମଧ୍ୟ ନଷ୍ଟ ହେଉଛି। ପଞ୍ଚାୟତରେ ସମ୍ପୂର୍ଣ ମଦ ବନ୍ଦ କରିବାକୁ ନିଷ୍ପତ୍ତି ନେଇ ଯୁବବର୍ଗ ଅଣ୍ଟା ଭିଡି ବାହାରିଛନ୍ତି । ଶନିବାର ସକାଳ ୧୧ ଘଣ୍ଟ ସମୟରେ ସ୍ଥାନୀୟ ଜନପ୍ରତିନିଧିଙ୍କ ସମେତ ପଞ୍ଚାୟତ ର ଯୁବବର୍ଗ କୋଦଳା ଥାନାକୁ ଯାଇ ଅଞ୍ଚଳର ନିଷ୍ପତ୍ତି ଜଣାଇବା ସହିତ ତୁରନ୍ତ ମଦ ବନ୍ଦ କରିବା ନେଇ କ୍ଵର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ ସହ ପୋଲିସ ର ସହଯୋଗ ଯୋଗାଇବା ପାଇଁ ଅନୁରୋଧ କରିଥିବା ଜଣାଅପଡ଼ିଛି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ।)

Comments (0)
Add Comment