ବେଗୁନିଆପଡ଼ା,୦୩/୧୦(ପିପିଟି): ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ କୁମ୍ଭାରଗାଁ ପଞ୍ଚାୟତର ମାଳବେଲପଡ଼ା ତାଳଧାଡ଼ି ଛକଠାରୁ କଳାମାଟିଆ ପର୍ଯ୍ୟନ୍ତ ଥିବା ଗଞ୍ଜାମ ସୀମାବର୍ତ୍ତୀ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବାରୁ ଯାତାୟାତ କରୁଥିବା ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତା ଉପରେ ଶତାଧିକ ଲୋକ ଦୈନିକ ଯାତାୟାତ କରୁଥିବା ବେଳେ ରାସ୍ତାର ଦୁରବସ୍ଥା ଯୋଗୁଁ ଦୁର୍ଘଟଣାର ଆଶଙ୍କା ଲାଗି ରହିଛି। ବିଶେଷକରି ବର୍ଷାଦିନେ ରାସ୍ତାରେ କାଦୁଅ ଓ ଖାଲଖମା ହେବାରୁ ଯାତାୟାତ ଆହୁରି ଦୁର୍ବିଷହ ହୋଇପଡ଼ୁଛି। ସ୍ଥାନୀୟ ଲୋକଙ୍କ ଯାତାୟାତ ସମସ୍ୟାକୁ ଦୃଷ୍ଟିରେ ରଖି ରାସ୍ତାର ତୁରନ୍ତ ମରାମତି ଓ ସ୍ଥାୟୀ ଉନ୍ନତିକରଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ସମ୍ପୃକ୍ତ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଶୀଘ୍ର ପଦକ୍ଷେପ ନେବାକୁ ଦାବି ହେଉଛି।
ରିପୋର୍ଟ