ଉଲୁଣ୍ଡା ,୦୩୵୦୬(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ଡୁମୁରୀ ଛକ ଠାରୁ ବଡ଼ଖମାର କୁ ସଂଯୋଗ କରୁଥିବା ରାସ୍ତା ଏବେ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି। ଏହି ରାସ୍ତା ଉପରେ ପ୍ରତ୍ୟେକ ଦିନ ବହୁ ସଂଖ୍ୟକ ଜନସାଧାରଣ ତଥା ଯାନବାହାନ ଯିବାଆସିବା କରିଥାଏ। ବିଶେଷ କରି ଛାତ୍ରଛାତ୍ରୀ ମାନେ ସ୍କୁଲ କଲେଜ ଯିବା ଆସିବା ସମୟରେ ଛୋଟବଡ଼ ଦୁର୍ଘଟଣା ଶିକାର ହେଉଥିବା ନଜରକୁ ଆସିଛି। ପିଡବ୍ଳୁଡି ରାସ୍ତା ଠାରୁ ଡୁମୁରି ଗ୍ରାମକୁ ସଂଯୋଗ କରୁଥିବା କଂକ୍ରିଟ ରାସ୍ତା ବହୁ ବର୍ଷରୁ ନିର୍ମାଣ ହୋଇଥିଲା। ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହି ରାସ୍ତା ମରାମତି ହୋଇନାହିଁ। ଫଳରେ ଅନେକ ସ୍ଥାନରେ ରାସ୍ତା ଭାଙ୍ଗିବା ସହ ଗେଟି, ଲୁହା ରଡ, ବଡ଼ ବଡ ଗର୍ତ୍ତ ସୃଷ୍ଟି ହୋଇ ଶୋଚନୀୟ ଅବସ୍ଥାରେ ପଡିରହିଥିବା ଦେଖିବାକୁ ମିଳିଛି। ଫଲରେ ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଜିଲ୍ଲା ପ୍ରଶାସନ ଓ ବିଭାଗ ଏଥିପ୍ରତି ଦୃଷ୍ଟି ଦେବା ସହ ଡୁମୁରି ଛକ ଠାରୁ ବଡ଼ଖମାର , ଚନ୍ଦଳି ଗ୍ରାମକୁ ସଂଯୋଗ କରୁଥିବା ୪ କିମି ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲ କରାଯିବା ପାଇଁ ଦାବି ହେଉଛି ।
ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ