ମମିତା ମେହେର ହତ୍ୟା ଘଟଣାର ପ୍ରତିବାଦରେ ସାନଖେମୁଣ୍ଡି କଂଗ୍ରେସର ହରତାଳ । 

ସାନଖେମୁଣ୍ଡି,୧୨/୧୧(ପିପିଟି): ସମଗ୍ର ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ସାଜିଧିବା ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣା ପ୍ରତିବାଦ ରେ ଆଜି ସାନଖେମୁଣ୍ଡି ଅଞ୍ଚଳର ପାଟପୁର ଗାନ୍ଧୀ ଛକ ଠାରେ ସମ୍ପୃକ୍ତ ଆସାମୀଙ୍କ ଗିରଫ ଦାବିପାଇଁ ବିଭିନ୍ନ ରାଜନୈତିକ ଦଳ ପ୍ରଦୀବାଦ କରିଥିବା ବେଳେ ଆଜି ରାଜରାସ୍ତାକୁ ଓଲାଇଛି ରାଜ୍ୟ କଂଗ୍ରେସ । ପି.ସି.ସି ଡାକରା କ୍ରମରେ ସାନଖେମୁଣ୍ଡି କଂଗ୍ରେସ ପକ୍ଷରୁ ସାନଖେମୁଣ୍ଡି ବିଧାୟକ ତଥା ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ଆଦେଶ କ୍ରମେ ପୃର୍ବତନ ବ୍ଲକଅଧକ୍ଷ ଲଷ୍ମୀ ଚରଣ ପାତ୍ରଙ୍କ ନେତୃତ୍ୱ ରେ ଏକ ହରତାଳ କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଭାବରେ ଅନୁଷ୍ଠିତ ହେଇ ଯାଇଛି । ଏଥିରେ ସାନଖେମୁଣ୍ଡିର ବହୁ କଂଗ୍ରେସ କର୍ମୀ ତଥା ପୃର୍ବତନ ସମିତିସଭ୍ୟ ମୁକୁନ୍ଦ ଚନ୍ଦ୍ର ବରାଡ଼ , ଦୁର୍ଗାପ୍ରସଦ ପାଢି , ଶଙ୍କରଷଣ ଖୁଣ୍ଟିଆ , ଉମା ଶଙ୍କର ପାଢି , ନୀଳମଣି ସାହୁ (ବୁଲୁ ) ,ବିଭୁତିଭୂଷଣ ଦୋରା , ସିମାଞ୍ଚଳ ଗୌଡ଼ ,ବାଉରୀବନ୍ଧୁ ପ୍ରଧାନ, ରାମଚନ୍ଦ୍ର ପ୍ରଧାନ,ବାବୁ ପାଢି, ମିଟୁ ଜେନା , ଦୁଦୀ ରେଡ୍ଡୀ , ଡାକ ଜେନା ଏବଂ ପୀତବାସ ଜେନାଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଆନ୍ଦୋଳନରେ ଉପସ୍ଥିତ ରହିଥିଲେ ।

 

(ରିପୋର୍ଟ- ଆରତ କୁମାର ହୋତା। )

Comments (0)
Add Comment