ମନ ମୋହୁଛି ଶିବଙ୍କ କୋଳରେ ଗଣେଶ ବର ଓହଳରେ ସାଜସଜ୍ଜା ।

ଭଞ୍ଜନଗର, ୩୦/୦୮(ପିପିଟି ):ପୂଜା ମଣ୍ଡପରେ ପୂଜା ପାଉଛନ୍ତି ଅଗ୍ରପୂଜ୍ୟ ଗଜାନନ । ଏଥିପାଇଁ ଭଞ୍ଜନଗର ସହର ଚଳଚଞ୍ଚଳ ହୋଇଉଠିଛି । ବିଭିନ୍ନ ପ୍ରକାର ସାଜସଜା ସହ ଆଲୋକୀକରଣ ତୋରଣ ସହରର ବିଭିନ୍ନ ସାହି ଗଳିରେ କମିଟି ମାନଙ୍କ ଦ୍ୱାରା ଆୟୋଜନ କରାଯାଇଛି । ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ଦ୍ୱାରା ଭଞ୍ଜନଗର ଅଞ୍ଚଳରେ ୨୦୦ ରୁ ଉର୍ଦ୍ଧ ମୂର୍ତ୍ତି ସ୍ଥାପିତ କରାଯାଇ ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ଗଜାନନ । ଗଜାନନଙ୍କ ଦର୍ଶନ ନିମନ୍ତେ ପୂଜା ମଣ୍ଡପ ଗୁଡିକରେ ଭକ୍ତଙ୍କ ସମାଗମ ହେଉଥିବା ଦଖିବାକୁ ମିଳିଛି । ସେହିପରି ଭଞ୍ଜନଗର ଲାଲସିଂ ପଞ୍ଚାୟତ ସ୍ଥିତ ଛେଦାଭୂମି ରୋଡ଼ ଯୁବକ ସଂଘ ପକ୍ଷରୁ ଚଳିତ ବର୍ଷ ଏକ ନିଆରା ବେଶରେ ଗଣେଶଙ୍କ ମୂର୍ତ୍ତି ତିଆରି କରାଯାଇ ପୂଜାର୍ଚ୍ଚନା କରାଯାଉଥିବା ଦେଖିବାକୁ ମିଳିଛି । ଏଥିରେ ମୁଖ୍ୟତଃ ବରଗଛ ଓହଳକୁ ସାଜସଜା ନିମନ୍ତେ ବ୍ୟବହାର କରାଯାଇଛି । ଏକ ବରଗଛ ତଳେ ଶିବ ଜଟାୟୁ ବେଶ ଧାରଣ କରି କୋଳରେ ଶ୍ରୀ ଗଣେଶଙ୍କୁ ଧରି ବସିଛନ୍ତି ଏହିପରି ନିଆରା ଢଙ୍ଗରେ ମୂର୍ତ୍ତି ତିଆରି କରିଛନ୍ତି ଢୁଢୁଆ ଗ୍ରାମ ସ୍ଥିତ ମୂର୍ତ୍ତି କାରିଗର ଶିବା । ନୂତନଏହିପରି ଡିଜାଇନରେ ମୃଣ୍ମୟୀ ମୂର୍ତ୍ତି ଭକ୍ତ ମାନଙ୍କୁ ଆକୃଷ୍ଟ କରିଛି । ଉକ୍ତ ସଂଘର ଯୁବକ ମାନେ ବିଭିନ୍ନ ବରଗଛର ଓହଳ ସଂଗ୍ରହ କରି ସାଜସଜା ନିମନ୍ତେ ବ୍ୟବହାର କରିଛନ୍ତି । ପ୍ରତିବର୍ଷ ନୂତନ ପ୍ରୟାସରେ ବିଭିନ୍ନ ଡିଜାଇନର ମୂର୍ତ୍ତି ସ୍ଥାପନ କରି ପୂଜା ପାଳନ କରିଥାନ୍ତି । ଚଳିତ ବର୍ଷ ୧ ଲକ୍ଷରୁ ଦେଢ଼ ଲକ୍ଷ ଟଙ୍କାର ବଜେଟ ରହିଥିବା କହିଛନ୍ତି ।ସରକାରଙ୍କ ଗାଇଡ଼ ଲାଇନ ଅନୁସାରେ ଭସାଣିରେ ଡିଜେ ବ୍ୟବହାର ନ କରି ଢ଼ୋଲ ବାଜାର ଆୟୋଜନ କରାଯାଇଥିବା ସୂଚନା ଦେଇଛନ୍ତି ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Comments (0)
Add Comment