ମନ ମନ୍ଦିରରେ ଦେବତା ଭଳି ପୂଜା ପାଉଥିବା ମନୁଷ୍ୟ ହେଉଛନ୍ତି ବାପା।

ବୋଲଗଡ଼,୨୧/୦୬(ପିପିଟି): ‘ପିତା ଧର୍ମ ପିତାସ୍ୱର୍ଗଃ ପିତା ହିଁ ପରମଂ ତପଃ, ପିତରି ପ୍ରୀତିମାପନ୍ନେ ପ୍ରୀୟନ୍ତେ ସର୍ବଦେବତାଃ’। ‘ବାପା’ ହେଉଛନ୍ତି ପରିବାରର ମେରୁଦଣ୍ଡ ଏବଂ ସନ୍ତାନର ଭବିଷ୍ୟତ ଗଢ଼ିବାର ପ୍ରଥମ ନିର୍ଦ୍ଦେଶକ। ବାପାଙ୍କ ପ୍ରତି ସମ୍ମାନ, କୃତଜ୍ଞତା ଏବଂ ଭଲପାଇବା ଜଣାଇବା ପାଇଁ ପ୍ରତିବର୍ଷ ‘ପିତୃ ଦିବସ’ ପାଳନ କରାଯାଏ। ବାପା କେବଳ ଏକ ଶବ୍ଦ ନୁହେଁ, ବରଂ ଜୀବନର ଦିଗ୍‌ଦର୍ଶକ ତଥା ସ୍ନେହ ଓ ଅନୁଶାସନର ଏକ ସୁନ୍ଦର ପ୍ରତୀକ। ପରିବାରର ସୁରକ୍ଷା ଏବଂ ସୁଖ ପାଇଁ ବାପା କରିଥିବା ନିରନ୍ତର ତ୍ୟାଗକୁ ସ୍ମରଣ କରିବା ଏବଂ ସେମାନଙ୍କୁ ସମ୍ମାନ ଜଣାଇବା ହେଉଛି ଏହି ଦିନର ମୁଖ୍ୟ ଉଦ୍ଦେଶ୍ୟ।କେବଳ ଗୋଟିଏ ଦିନ ନୁହେଁ, ବରଂ ପ୍ରତ୍ୟେକ ଦିନ ବାପାଙ୍କୁ ସମ୍ମାନ ଦେବା ଏବଂ ସେମାନଙ୍କ ସହ ସମୟ ବିତାଇବା ସବୁଠାରୁ ବଡ଼ ଉପହାର। ସର୍ବ ପ୍ରଥମେ ପିତୃ ଦିବସ ଜୁନ୍ ୧୯ ତାରିଖ ୧୯୧୦ ମସିହାରେ ୱଶିଙ୍ଗଟନରେ ପାଳନ କରାଯାଇଥିଲା। କିନ୍ତୁ ୧୯୭୨ ମସିହାରେ ଏହାକୁ ଆନୁଷ୍ଠାନିକ ଭାବେ ପାଳନ କରାଯିବା ପାଇଁ ଘୋଷଣା କରାଗଲା। ଯାହା ଦ୍ଵାରା ପ୍ରତେକ ବାପାଙ୍କୁ ସମ୍ମାନ ଦେବା ପାଇଁ ୟୁନାଇଟେଡ଼ ଷ୍ଟେଟରେ ଏହି ଦିବସଟିକୁ ଛୁଟିର ଦିନଭାବେ ଘୋଷଣା କରାଯାଇଥିଲା। ଏବଂ ପରବର୍ତ୍ତୀ ସମୟରେ ଆମ ଦେଶରେ ଏହି ଦିନଟି ପ୍ରଚାର ଓ ପ୍ରସାର ହେବାକୁ ଲାଗିଲା। ବାପାଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏବେ ସବୁଠାରେ ପିତୃଦିବସ ପାଳନ କରା ଯାଉଛି। ପିତାଙ୍କୁ ସ୍ନେହ, ଭକ୍ତି ଓ ଯଥାର୍ଥ ସମ୍ମାନ ଦେବା ଦ୍ଵାରା ଈଶ୍ୱର ଏଥିରେ ଖୁବ ଶନ୍ତୁଷ୍ଟ ହୋଇଥାନ୍ତି। ପିତାଙ୍କ ସମ୍ମାନ ଭଗବାନଙ୍କ ନିକଟରେ ପ୍ରଣାମ କରିବା ସହ ସମାନ ହୋଇଥାଏ। ଯାହାକି ବାପା ହେଉଛନ୍ତି ସନ୍ତାନର ଚଳନ୍ତି ଠାକୁର। କଥାରେ ଅଛି ବାପା ନାହିଁ ଯାହାର ଏ ଦୁନିଆ ତା ପାଇଁ ଅନ୍ଧାର। ବାପାଥିଲେ ତାର ସନ୍ତାନ ଓ ସନ୍ତତି ସଭାରେ କେବେ ହାରେ ନାହିଁ କି ଚଲା ପଥରେ କେବେ କଣ୍ଟା ଆସେନାହିଁ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment