ମନ୍ଦିରକୁ ଯିବା ରାସ୍ତାରେ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ, ଗ୍ରାମ ବାସୀଙ୍କ ଅସନ୍ତୋଷ ।

ଶେରଗଡ,ତା- ୧୬/୧୦(ପିପିଟି); ଶେରଗଡ଼ ବ୍ଲକ ଅନ୍ତର୍ଗତ ପିତ୍ତଳ ଗ୍ରାମ ପଞ୍ଚାୟତର ପାକିଡି ଗ୍ରାମ ରେ ଥିବା ମା ଠାକୁରାଣୀଙ୍କ ମନ୍ଦିର ଓ ନୁଆଁ ସହିକୁ ଯିବା ରାସ୍ତା ଉପରେ ଦୁଇଟି ନୂତନ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ହୋଉଛି। ଗ୍ରାମ ବାସୀଙ୍କ ଅଭିଯୋଗ ମୁଆତବକ ଗ୍ରାମ ରେ ବହୁ ସରକାରୀ ଜମି ଥିଲେ ମଧ୍ୟ ଜାଣି ଶୁଣି ଉକ୍ତ ରାସ୍ତା ଉପରେ ଗୃହ ନିର୍ମାଣ କରା ଯାଉଛି ।ଯାତାୟାତ ପାଇଁ ଠାକୁରାଣୀ ଓ ନୂଆ ସାହି କୁ ରାସ୍ତା ନିର୍ମାଣ କରିବା କଥା କିନ୍ତୁ ଏହା ନ କରା ଯାଇ ଉକ୍ତ ରାସ୍ତା ଉପରେ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ବନ୍ଦ କରି ରାସ୍ତା ଟି ଚିହ୍ନଟ କରି ନିର୍ମାଣ କରିବାକୁ ନେଇ ଆଜି ଏକ ଲିଖିତ ଅକାରେ ରେ ଶେରଗଡ଼ ତହସିଲଦାରଙ୍କୁ ପାକିଡି ଗ୍ରାମ ବାସୀ ଜଣାଇ ଛନ୍ତି।

(ରିପୋର୍ଟ- ଭିକୁ ନାୟକ। )

Comments (0)
Add Comment