ବ୍ରହ୍ମପୁର,୧୬/୦୯(ପିପିଟି): ପୋଲସରା ବ୍ଲକର ମନ୍ଦାର ପଞ୍ଚାୟତ ବୈଠକରେ ସରପଞ୍ଚଙ୍କ ଚୌକିରେ ସରପଞ୍ଚଙ୍କ ସ୍ବାମୀ। ମନ୍ଦାର ପଞ୍ଚାୟତ କାର୍ଯ୍ଯାଳୟ ଠାରେ ନିର୍ଭୟା କଢି ଓ ମୋ ଗେହ୍ଲା ଝିଅ ବୈଠକରେ ମନ୍ଦାର ସରପଞ୍ଚ ସୁନୀତା ଜେନାଙ୍କ ଚୌକିରେ ତାଙ୍କର ସ୍ବାମୀ ବସିଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପଞ୍ଚାୟତ ନିର୍ବାହୀ ଅଧିକାରୀ ସରପଞ୍ଚଙ୍କ ଚୌକିରେ ସରପଞ୍ଚଙ୍କ ସ୍ବାମୀ ବସି ସଭା ପରିଚାଳନା ପାଇଁ କେମିତି ଅନୁମତି ଦେଲେ ? ରାଜ୍ଯ ସରକାର ମହିଳା ସଶକ୍ତିକରଣ କଥା କହୁଥିବା ବେଳେ କିନ୍ତୁ ମନ୍ଦାର ପଞ୍ଚାୟତରେ ତାର ଫଳ ଓଲଟା ଦେଖିବାକୁ ମିଳୁଛି।