ମନ୍ତ୍ରୀ ଗୋକୁଳାନନ୍ଦଙ୍କ ମାତାଙ୍କ ଦ୍ବାଦଶାହ ତିଥିରେ ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ।

ପୋଲସରା,୨୭/୦୪(ପିପିଟି) :ଆଜି ପୋଲସରା ବିଧାୟକ ତଥା ମତ୍ସ୍ୟ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ମାତା ସ୍ବର୍ଗତ ମାଳତୀ ମଲ୍ଲିକଙ୍କ ଦ୍ବାଦଶ ନିଜ ଗ୍ରାମ ବୁଗୁଡ଼ା ବ୍ଲକ୍ ଘୋଳପୁର ଗ୍ରାମଠାରେ ପାଳିତ ହୋଇଯାଇଛି। ସ୍ଥାନୀୟ ଅନନ୍ତ ବାସୁଦେବ ପଡିଆଠାରେ ପରିବାର ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ସ୍ବର୍ଗତଙ୍କ ପରିବାରପ୍ରତି ଗଭୀର ସମବେଦନା ଜଣାଇଥିଲେ। ଏଥିରେ ରାଜ୍ୟର ବିଭିନ୍ନ ବିଭାଗୀୟ ମନ୍ତ୍ରୀ, ବିଧାୟକ ବୁଗୁଡ଼ା ବ୍ଲକ୍ ଅଧ୍ୟକ୍ଷାଙ୍କ ସମେତ ଦଳମତ ନିର୍ବିଶେଷରେ ବିଭିନ୍ନ ନେତୃବୃନ୍ଦ ସରପଞ୍ଚ ସମିତି ସଭ୍ୟ/ସଭ୍ୟା, ବିଭିନ୍ନ ବିଭାଗୀୟ ପଦାଧିକାରୀ, କର୍ମୀ,ସଂଗଠକ, ସ୍ବେଛାସେବୀ,ସମାଜସେବୀ ଏବଂ ବହୁ ସଂଖ୍ୟାରେ ଜନସାଧାରଣ ଯୋଗଦେଇ ଭକ୍ତିପୂତ ଭାବେ ପୁଷ୍ପାଞ୍ଜଳି ପୂର୍ବକ ଶ୍ରଦ୍ଧାଞ୍ଜଳୀ ଦେବାସହ ଅମର ଆତ୍ମାର ସଦଗତି କାମନା ଏବଂ ଶୋକଶନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଥିଲେ। ଏହି ଅବସରରେ ମନ୍ତ୍ରୀଙ୍କର ପରିବାର ବର୍ଗ ଉପସ୍ଥିତ ଥିବାବେଳେ ଗ୍ରାମବାସୀ ଏଵଂ ସମର୍ଥକମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ରିପୋର୍ଟ୍:ସନ୍ତୋଷ କୁମାର ପଣ୍ଡା

Comments (0)
Add Comment