ତିର୍ତ୍ତୋଲ ,୦୯/୦୯(ପିପିଟି); ତିର୍ତ୍ତୋଲ୍ ବ୍ଲକ୍ ଅନ୍ତର୍ଗତ କଟରା, ପଟିଲୋ ଗ୍ରାମପଞ୍ଚାୟତର ବର୍ଷାଜନିତ ଅଞ୍ଚଳ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ସୋମବାର ଦିନ ପରିଦର୍ଶନ କରି ଗ୍ରାମବାସୀଙ୍କ ସହିତ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଛନ୍ତି। ମନ୍ତ୍ରୀଙ୍କ ସହିତ ଜଗତସିଂହପୁର ସାଂସଦ ଡା. ରାଜଶ୍ରୀ ମଲ୍ଲିକ , ତିର୍ତ୍ତୋଲ ପଞ୍ଚାୟତ ସମିତି ଅଧ୍ଯକ୍ଷା ସୁଜାତା ମହାନ୍ତି , କଟରା ଗ୍ରାମପଞ୍ଚାୟତର ସରପଞ୍ଚ ଶିତିକଣ୍ଠ ସ୍ବାଇଁ, ସମିତି ସଭ୍ୟ ବାଇଧର ବଳ, ପଟିଲୋ ଗ୍ରାମପଞ୍ଚାୟତର ସରପଞ୍ଚ ଚିତ୍ତରଞ୍ଜନ ରଥ , ସମିତି ସଭ୍ୟା ସଂନ୍ଧ୍ୟାରାଣୀ ମହାନ୍ତି, ତିର୍ତ୍ତୋଲ ବ୍ଲକ୍ ଵିଜେଡି ସଭାପତି ଗଙ୍ଗାଧର ବିଶ୍ୱାଳ ପ୍ରମୁଖ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ରିପୋର୍ଟ- ସୁକାନ୍ତ କୁମାର ମହାନ୍ତି ।