ପୋଲସରା ,୦୭/୦୯(ପିପିଟି): ଗଞ୍ଜାମ ଜିଲ୍ଲାର ବୁଗୁଡା ଏନଏସି ର ବେତାରସିଂ ରୋଡରେ ନୂତନ ଭାବେ ପ୍ରତିଷ୍ଠିତ ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ୟୁଏଏଏମ)କୁ ସେପ୍ଟେମ୍ବର ୬ ତାରିଖ ଦିନ ସ୍ଥାନୀୟ ବିଧାୟକ ତଥା ମତ୍ସ୍ୟ ଓ ପ୍ରାଣୀ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁରରୁ ଡ଼ିପିଏଚଓ ଡାକ୍ତର ବାଳୁଙ୍କେଶ୍ବର ଷଡଙ୍ଗୀ ଓ ଏପିଏମ ସଦାନନ୍ଦ ସାହୁ, ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ. ନୀଳମାଧବ ଆଚାରୀ, ବିଧାୟକ ପ୍ରତିନିଧି ହରିହର ସାହୁ, ବୁଗୁଡା ସିଏଚସି ଇନ ଚାର୍ଜ ସୁପରିଟେଣ୍ଡଟ ଡାକ୍ତର ସ୍ୱାତୀ ପ୍ରଧାନ, ବୁଗୁଡା ସିଏଚସି ବିପିଏମ ଦୁର୍ଗା ପ୍ରସାଦ ପଟ୍ଟନାୟକ, ବିଏଏମ ସଞ୍ଜୟ କୁମାର ବରାଡ଼, ବିଡିଏମ ସଂଗ୍ରାମ କୁମାର ପ୍ରଧାନ, ପିଏଚସିଓ ରଜନୀ କୁମାରୀ ପୃଷ୍ଟି, ଏମଆରଏ ସୌମ୍ୟ ରଞ୍ଜନ ଦାସ, ସିନିୟର କ୍ଲାର୍କ ଜିତେନ ପ୍ରଧାନ ଏବଂ ନୂତନ ଭାବେ ପ୍ରତିଷ୍ଠିତ ୟୁଏଏଏମ କର୍ମଚାରୀ ଫାର୍ମାସି ଅଫିସର ଶିବଲକ୍ଷ୍ମୀ ସାହୁ, ନର୍ସିଙ୍ଗ ଅଫିସର ରଜତ କୁମାର ଜେନା, ଏଟେଣ୍ଡେଟ ଅନ୍ତର୍ଯ୍ୟାମୀ ପ୍ରଧାନ ଓ ସିକ୍ୟୁରିଟ ଗାର୍ଡ ବାଲାଜି କୁମାର ପାତ୍ର ଉପସ୍ଥିତ ଥିଲେ।
ରିପୋର୍ଟ୍ -ସନ୍ତୋଷ କୁମାର ପଣ୍ଡା