ମନୋଜ ମହାନ୍ତିଙ୍କୁ ପ୍ରକୃତି ବନ୍ଧୁ-୨୦୨୦ ପୁରସ୍କାର ପ୍ରଦାନ ।

ଉଲୁଣ୍ଡା,୦୪/୧୧(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ର ଯୁବ ଆଇନଜୀବୀ ତଥା ପରିବେଶ ପ୍ରେମୀ ମନୋଜ କୁମାର ମହାନ୍ତିଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ପ୍ରକୃତି ବନ୍ଧୁ – ୨୦୨୦ ପୁରସ୍କାର ପ୍ରଦାନ କରାଯାଇଛି । ପୁରସ୍କାର ବାବଦକୁ ଶ୍ରୀ ମହାନ୍ତିଙ୍କୁ ପ୍ରମାଣ ପତ୍ର ସହଁ ଦଶ ହଜାର ଟଙ୍କା ପ୍ରଦାନ କରାଯାଇଥିବା ଜଣାପଡିଛି । ପୂର୍ବର ଶ୍ରୀ ମହାନ୍ତି ଦୁଇ ଥର ଏହି ପୁରସ୍କାର ପାଇସାରିଛନ୍ତି ।

(ରିପୋର୍ଟ- ଶାନ୍ତୁନୁ କୁମାର କର୍ଣ୍ଣ। )

Comments (0)
Add Comment