ମନୁଷ୍ୟକୃତ ନିଆଁ ଛଡାଇନେଉଛି ଜୀବଜନ୍ତୁଙ୍କ ବାସ ଓ ଆହାର ।

ଉଲୁଣ୍ଡା,୦୬/୦୪(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ର ଉଲୁଣ୍ଡା ବନାଞ୍ଚଳର ବିଭିନ୍ନ ଜଙ୍ଗଲରେ ଏବେ ନିଆଁଲାଗି ସବୁଜ ବନାନୀ ପୋଡି ପାଉଁଶ ହୋଇଯାଉଥିବା ଦେଖିବାକୁ ମିଳୁଛି । ଚାଷ ଜମି ଠାରୁ ଆରମ୍ଭ କରି ଛୋଟ ବଡ଼ ଜଙ୍ଗଲ ପର୍ଯ୍ୟନ୍ତ ଚାରିଆଡେ ଖାଲି ପାଉଁଶ ପଡିରହିଛି । ଶହ ଶହ ଚାଷ ଜମିରେ ନିଆଁ ଲାଗି ଧାନ ଅମଳ ପରେ ବିଲରେ ପଡି ରହିଥିବା ନଡ଼ା ପୁଆଲ ସମେତ ବିଲ ହୁଡ଼ାରେ ଥିବା ଅନାବନା ଶୁଖିଲା ଘସସବୁ ପୋଡି ପାଉଁଶ ହୋଇଯାଇଛି । ଯଦ୍ୱାରା ଗାଈଗୋରୁ ଖାଦ୍ୟ ଅଭାବରୁ ଭୋକ ଉପାସରେ ଦିନ କାଟୁଛନ୍ତି । ଏବେ ଉଲୁଣ୍ଡା ଅଂଚଳରେ ନିଆଁ ନିୟନ୍ତ୍ରଣାଧୀନ ଥିଲେ ମଧ୍ୟ ବଡ଼ ବଡ ଗଛ ସବୁକୁ ଛାଡିଦେଲେ ଛୋଟ ଛୋଟ ବୁଦା ଜଙ୍ଗଲ, ଘାସ,ଡାଳପତ୍ର ସବୁ ପୋଡି ପାଉଁଶ ହୋଇଯାଇଛି । ବଡ଼ ବଡ଼ ଗଛ ଗୁଡିକର ଡାଳ ପତ୍ର ସୁଖି ମରିବା ଅବସ୍ଥାରେ ରହିଲାଣି । ଏହି ମନୁଷ୍ୟକୃତ ନିଆଁ ବିଭିନ୍ନ ଜଙ୍ଗଲି ଜୀବ ସମେତ ଗୃହପାଳିତ ପଶୁ ଛେଳି,ମଇଁଷି,ଗାଈ ଭଳି ତୃଣଭୋଜି ପ୍ରାଣୀ ମାନଙ୍କର ଆହାର ଛଡ଼ାଇନେଇଛି ।ବର୍ତମାନ ପତ୍ରଝଡା ସମୟ ହୋଇଥିବାରୁ ଗଛର ଶୁଖିଲା ପତ୍ର ଝଡି ଯିବା ପରେ ଆଜିର ସ୍ୱାର୍ଥପର ମଣିଷ ମହୁଲ ଗୋଟାଇବା ଅବା କେନ୍ଦୁପତ୍ର ତୋଳିବା ବା ବିଲ ସଫା କରିବା ବାହାନାରେ ନିଆଁ ଲଗାଇ ଦେଉଥିବାରୁ ପଶୁପକ୍ଷୀଙ୍କ ପାଇଁ ବିପଦ ସୃଷ୍ଟି କରିଛି । ବହୁ ଜଙ୍ଗଲି ଜୀବଜନ୍ତୁ ଏବେ ଆଶ୍ରୟ ହରାଇ ଥିବାବେଳେ ପ୍ରକୃତି ଉପରେ ନିର୍ଭର କରୁଥିବା ପଶୁପକ୍ଷୀ ମାନଙ୍କର ଆହାର ଛଡାଇ ନେଇଛି ଏ ସ୍ୱର୍ଥପର ମଣିଷ ।କେନ୍ଦୁ ପତ୍ର ପାଇଁ ହେଉ ଅବା ମହୁଲ ଗୋଟାଇବା କିମ୍ବା ବିଲ ହୀଦର ଅନାବନା ଶୁଖିଲା ଘାସ ସଫା ପାଇଁ କେତେକ ବ୍ୟକ୍ତି ନିଅ ଲଗାଉଥିବା କୁହାଯାଉଛି । କିନ୍ତୁ ସେହି ସବୁ ନିଆଁ ସେହି ସ୍ଥାନରେ ସୀମିତ ନ ରହି ଶହ ଶହ ହେକ୍ଟର ଜମିର ନଡ଼ା ପୁଆଲ ତତ୍ଯା ପାଖ ଜଙ୍ଗଲ ଭିତରକୁ ମାଡିଯାଇ ପୋଡି ପାଉଁଶ ହୋଇଯାଉଛି ।ଯଦ୍ୱାରା ପ୍ରକୃତି ଉପରେ ବିପଦ ସୃଷ୍ଟି କରିବା ସହ ତୃଣଭୋଜି ପ୍ରାଣୀ ମାନଙ୍କର ଖାଦ୍ୟାଭାବର ଆଶଙ୍କା ସୃଷ୍ଟି କରୁଛି ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Comments (0)
Add Comment