ମନୀଷଙ୍କୁ ମାରି ପୋଖରୀରେ ଫିଙ୍ଗି ଦେଇଥିଲେ – ଡିସିପି।

ଭୁବନେଶ୍ୱର,୧୬/୧୦: ମନୀଷଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା ଉପରୁ ପରଦା ହଟିଛି। ମୃତ୍ୟୁ ପଛର ରହସ୍ୟ ଖୋଲିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ। ତେବେ ମନୀଷଙ୍କ ସାଙ୍ଗମାନେ ହିଁ ହତ୍ୟାକାଣ୍ଡରେ ସଂପୃକ୍ତ । ସାଙ୍ଗମାନେ ମନୀଷଙ୍କୁ ହତ୍ୟା କରିଥିବା ନେଇ ଡିସିପି ସ୍ପଷ୍ଟ କରିଛନ୍ତି। ମନୀଷ ପ୍ରଥମେ ତିନି ଜଣ ସାଙ୍ଗଙ୍କ ସହ ଭୋର ସମୟରେ ପାତ୍ରପଡ଼ା ଅଞ୍ଚଳର ହୋଟେଲକୁ ଯାଇଥିଲେ। ହୋଟେଲରେ ବିଲ୍‌ ପେମେଣ୍ଟକୁ ନେଇ ପାଟିତୁଣ୍ଡ ହୋଇଥିଲା। ହୋଟେଲ ବାହାରେ ଅମ୍ରିତ, ଦିନେଶ ଏବଂ ମୃତ୍ୟୁଞ୍ଜୟ ମନୀଷଙ୍କୁ ଆକ୍ରମଣ କରିଥିଲେ। ଗଣ୍ଡଗୋଳ ଏବଂ ଠେଲାପେଲା ଯୋଗୁ ମନୀଷଙ୍କ ମୃତ୍ୟୁ ଘଟିଥିଲା ବୋଲି ଡିସିପି ଉମାଶଙ୍କର ଦାସ କହିଛନ୍ତି। ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ସେମାନେ ତାଙ୍କ ମୃତଦେହକୁ ପାଖ ପୋଖରୀରେ ଫିଙ୍ଗି ଦେଇଥିଲେ। ଗିରଫ ୩ ଗିରଫ ଅଭିଯୁକ୍ତମାନେ ହେଲେ ଅମ୍ରିତ ବିଶ୍ୱାଳ, ଦିନେଶ ମହାପାତ୍ର ଏବଂ ମୃତ୍ୟୁଞ୍ଜୟ ମିଶ୍ର । ହତ୍ୟା ଓ ପ୍ରମାଣ ନଷ୍ଟ ଅଭିଯୋଗରେ ଏମାନଙ୍କୁ ଗିରଫ କରାଯାଇଥିଲା। ସମ୍ପୃକ୍ତ ୩ ଜଣଙ୍କୁ ରିମାଣ୍ଡର ରେ ଅଣାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି। ଗତ ୧୦ ତାରିଖରେ ଭୁବନେଶ୍ୱରର ପାତ୍ରପଡ଼ା ଗାଁ ପୋଖରୀରେ ଭାସୁଥିବା ଅବସ୍ଥାରେ ମନୀଷଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

Comments (0)
Add Comment