ମନରେଗା ମହାଦୁର୍ନୀତି ବିରୋଧରେ ଏକ ହେଲେ ବଡଖୋଲି ପଞ୍ଚାୟତବାସୀ ।

ଆସିକା,୧୧/୧୦(ପିପିଟି):ବଡଖୋଲି ଗ୍ରାମପଞ୍ଚାୟତର ଶହ ଶହ ମନରେଗା ଶ୍ରମିକ ଓ ସଚେତନ ନାଗରିକ ମାନେ ବଡଖୋଲି ମଣ୍ଡପରେ ପି ରାମସ୍ବାମି ପାତ୍ରଙ୍କ ଅଧ୍ୟକ୍ଷତାରେ ଏକତ୍ରିତ ହୋଇ ଆଲୋଚନା କରିଥିଲେ। ଏହି ବୈଠକରେ ଓଡିଶା ନିର୍ମାଣ ଶ୍ରମିକ ୟୁନିଅନର ଗଞ୍ଜାମ ଜିଲ୍ଲା ସଭାପତି କମ୍ରେଡ ଶଙ୍କର, ଓଡ଼ିଶା ମନରେଗା ଶ୍ରମିକ ୟୁନିଅନ ର ସାଧାରଣ ସମ୍ପାଦିକା ପେଦିନୀ ପାର୍ବତୀ, ସମାଜସେବୀ ନାଗାର୍ଜୁନ ବିଷୋୟୀ, ବୟୋଜ୍ୟେଷ୍ଠ ପାଣ୍ଡବ ନାୟକ, ସାମାଜିକ କର୍ମୀ ଅଶ୍ବିନୀ ପ୍ରଧାନ ଆଦି ମଞ୍ଚାସୀନ ଥିଲେ। ଏହି ସଭାରେ ଧନିଜାର ବନମାଳି ସ୍ବାଇଁ, ରଞ୍ଜିତା ବେହେରା,ଭାଗ୍ୟଲତା ପ୍ରଧାନ, ଡ଼ଲି ସେଠୀ,ନମିତା ବେହେରା,କୈଳାସ ସେଠୀ, ସୁରେନ୍ଦ୍ର ଗୌଡ଼,ବାସନ୍ତୀ ଜେନା, ମଞ୍ଜୁଲତା ଜେନା, ଯାଙ୍ଗସେନୀ ନାହକ, ସୋଲି ଜେନା, ସନିଆ ନାହକ, ବଂଶୀ ସ୍ବାଇଁ, ପ୍ରମିଳା ବେହେରା, ପ୍ରଭାସିନୀ ସେଠୀ ଆଦି ବଡଖୋଲି ଗ୍ରାମପଞ୍ଚାୟତର ବିଭିନ୍ନ ଦୁର୍ନୀତି ସମ୍ପର୍କରେ ଉପସ୍ଥାପନ କରିଥିଲେ। ୫ ଜଣ ଶ୍ରମିକ କାମ କରୁଥିବା ଫୋଟୋ ଅପଲୋଡ଼ କରି ଶତାଧିକ ମନରେଗା ଶ୍ରମିକଙ୍କ ମଜୁରୀ ହଡପ କରିବା, କାମ ହୋଇଥିବା ଶଙ୍ଖ ମାସେ ମଧ୍ୟରେ ନଷ୍ଟ ହେବା, ଶତାଧିକ ପ୍ରକୃତ ନରେଗା ଶ୍ରମିକଙ୍କ ଜବକାର୍ଡ ରିଜେକ୍ଟ କରିବା, କେବେ କାମ କରିବାକୁ ଯାଉନଥିବା ଲୋକଙ୍କ ପାଖକୁ ମଜୁରୀ ଛାଡ଼ି ଖାତାରୁ ଉଠାଇ ନେବା, ଇନ୍ଦିରା ଆବସ ପାଇଁ ଲାଞ୍ଚ ମାଗିବା ନଦେଲେ ତାଲିକାରୁ ବାଦ୍ ଦେବା,ବାର୍ଦ୍ଧକ୍ୟ ଭତ୍ତା ଦେବାରେ ପାତର ଅନ୍ତର, ରାସନ୍ କାର୍ଡରୁ ବଞ୍ଚିତ କରିବା ଆଦି ସମସ୍ୟା ସମ୍ପର୍କରେ ଉପସ୍ଥାପନ କରିଥିଲେ ମଧ୍ୟ ମନରେଗା ଦୁର୍ନୀତି ଓ ଅସାମାଜିକ ବ୍ୟକ୍ତି ମାନେ ଆତଙ୍କରାଜ କରି ପଞ୍ଚାୟତ ବାସୀଙ୍କ ମୌଳିକ ଅଧିକାରରୁ ବଞ୍ଚିତ କରିବା ନେଇ କ୍ଷୋଭ ପ୍ରକାଶ କରିଥିଲେ। ଆସନ୍ତା ୧୦ ଦିନ ମଧ୍ୟରେ ରିଜେକ୍ଟ ହୋଇଥିବା ଜବକାର୍ଡ ସକ୍ରିୟ କରାଇବା, ୩୦ ଲକ୍ଷ ଟଙ୍କା ହରିଲୁଟ ହୋଇଥିବା ମନରେଗା ଶ୍ରମିକଙ୍କୁ ପ୍ରଦାନ କରିବା,ନିର୍ଦ୍ଧାରିତ ୨୦ ଟଙ୍କାରେ ଶ୍ରମିକଙ୍କ ପଞ୍ଜିକରଣ ଓ ୫୦ ଟଙ୍କା ରେ ନବୀକରଣ କରି ସାମାଜିକ ନିରାପତ୍ତା ଓ ଭବିଷ୍ୟତ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି ଏଥିରେ ବ୍ୟତିକ୍ରମ ହେଲେ ୧୫ ଦିନ ମଧ୍ୟରେ ପଞ୍ଚାୟତ ଅଫିସ ସମ୍ମୁଖରେ ବିକ୍ଷୋଭ ସହ ବ୍ଳକ୍ କାର୍ଯ୍ୟାଳୟ ଘେରାଉ କରାଯିବ। ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ ର ସଭାପତି କମ୍ରେଡ ଶଙ୍କର ଶ୍ରମିକ ମାନଙ୍କ ନ୍ୟାୟୋଚିତ ଅଧିକାର ପ୍ରଦାନ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରିବା ପାଇଁ ଦୃଷ୍ଟି ଆକର୍ଷଣ କରାଯିବ ଏଥିରେ ବ୍ୟତିକ୍ରମ ହେଲେ ଆନ୍ଦୋଳନ ହିଁ ଏକମାତ୍ର ରାସ୍ତା ବୋଲି ମତପୋଷଣ କରିଥିବା ବେଳେ ମନରେଗା ଶ୍ରମିକ ୟୁନିଅନର ସାଧାରଣ ସମ୍ପାଦିକା ପି ପାର୍ବତୀ ଶ୍ରମିକଙ୍କ ଏକତା ଓ ସଚେତନତା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । କେ ଅଶୋକ ଦୋରା, ପଞ୍ଚାନନ ଦୋରା,ଯୋଗି ନାହକ, ରମେଶ ମଲ୍ଲିକ,କାଞ୍ଚନ ପଟ୍ଟନାୟକ,ପଦ୍ମ ମଲ୍ଲିକ, ସତ୍ୟ ସେଠୀ ଆଦି ଗ୍ରାମର ପାନୀୟ ଜଳ ସମସ୍ୟା ଓ ପୋଖରୀ ତୁଠ ସମ୍ପର୍କରେ ମତବ୍ୟକ୍ତ କରିଥିଲେ ଶେଷରେ ଟୁଲୁ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ।

Comments (0)
Add Comment