ମଧ୍ୟରାତ୍ରୀରେ ହିଞ୍ଜିଳି ଅଞ୍ଚଳରୁ ଚୋରା ବାଲି ଚାଲାଣ ,ପ୍ରୋତ୍ସାହନା ପାଇଁ ମୁଖ୍ୟ ନାୟକ କିଏ ।

ବ୍ରହ୍ମପୁର:-୨/୧୧/୨୦ (ପିପିଟି), ସ୍ଥାନୀୟ ଅଞ୍ଚଳରେ ତହସିଲଦାର ଚୋରା ଚାଲାଣ କଡା ନଜର ରଖିବା ସହ ଜରିମାନା କରିଥିଲେ ମଧ୍ୟ ବେଆଇନ ବାଲି ମାଫିଆ ମାନେ ଦିନରେ ପ୍ରଶାସନ ଭୟରେ ବନ୍ଦ ରଖି ରାତିରେ ସ୍ଥାନୀୟ ଘୋଡ଼ାହାଡ଼ ନଦୀ ପଠାରୁ ବାଲି ଚୋରା ଚାଲାଣ କରିବାରେ ବେଶ ସକ୍ରିୟ ଅଛନ୍ନ୍ତି। ଏହି ବାଲି ଉଠାଣ ପ୍ରାୟ ନିଶବ୍ଦ ରାତ୍ରିରେ ଛତ୍ରଛାୟା ତଳେ ଥିବା ଟ୍ରାକ୍ଟର ମାଲିକଙ୍କ ଗାଡ଼ିରେ ବାଲି ଚାଲାଣ କାରବାର ଚାଲିଥିବା ଦେଖି ଗ୍ରାମର ଲୋକମାନେ ଅଭିଯୋଗ କରିଛନ୍ତି । ସୁଚନା ପ୍ରକାରେ ଗାଁର ରାସ୍ତା ଉପରେ ଟ୍ରିପ୍ ଟ୍ରିପ୍ ବାଲି ଗଚ୍ଛିତକରିି ବ୍ଯବସାୟୀ ବିକ୍ରିକରୁଥିବା ଅଚଂଳର କିଛି ଜନତା ଅଭିଯୋଗ କରିଛନ୍ତ।ଅଭିଯୋଗ କାରୀଙ୍କ କହିବା ପ୍ରକାରେ ଘୋଡାହାଡ଼ ନଦୀତଟରେ ଥିବା ଖଣ୍ଡରା ,ସିଙ୍ଗିପୁରୁ ,ନୂଆଗଡ଼ ,ବୁରୁପଡା ଅଞ୍ଚଳରୁ ବାଲି ଉଠାଣ ଜାରି ରହିଛି ଟ୍ରାକ୍ଟରମାଲିକ ନିଜ ନିଜ ଗାଡ଼ିରେ ଘୋଡାହାଡ଼ ନଦୀରୁ ପ୍ରାୟ ୧୦ରୁ ୧୨ ଟ୍ରିପ୍ ବାଲି ସଂଗ୍ରହ କରି ଚୋରାଚାଳଣ କରିଥାନ୍ତି । ଏନେଇ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏହାର କୌଣସି ପ୍ରକାର ସୁଫଳ ମିଳିନଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ମଧ୍ୟ ରାତ୍ରିରେଚୋରା ଚାଲାଣ ବାଲି କାରବାର କରିବାକୁ କେଉଁ ତଳିଆ କର୍ମଚାରୀ ମାନେ ସହଯୋଗ କରୁଛନ୍ତି ନା ଅନ୍ୟକଛି କାରଣ ଅଛି ତାହା ନଦୀ କୂଳରେ ଅବସ୍ଥିତ ଥିବା ଗ୍ରାମର ସାଧାରଣଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ରାତିର ବାଲି ଚୋରା ଚାଲାଣ ବନ୍ଦ କରିବା ପାଇଁ ସାଧାରଣରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Comments (0)
Add Comment