ମଧୁସୁଦନ ପାର୍କରେ ଶ୍ରଦ୍ଧାଞ୍ଜଳୀ ସଭା ।

ଭୁବନେଶ୍ବର,୨୬/୦୪(ପିପିଟି):  ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣ ନୀରିହ ପର୍ଯ୍ୟଟକଙ୍କ ମୃତୁ ଘଟଣାକୁ ମଧୁସୂଦନ ପାର୍କ ପ୍ରାତଃ ଭ୍ରମଣ କାରୀ ସଂଘ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ପୋଖରୀପୁଟ ମଧୁସୂଦନ ପାର୍କ ଯୋଗ ମଣ୍ଡପରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ସଭାପତି ନିର୍ମଳ ଚନ୍ଦ୍ର ସାମଲ ଅଧ୍ୟକ୍ଷତା କରିଥିଲେ । ଜାମ୍ମୁ କାଶ୍ମୀରର ପହଲିଗାମ୍ ରେ ପ୍ରାଣ ହରାଇଥିବା ସମସ୍ତ ବ୍ଯକ୍ତିଙ୍କ ଅମର ଆତ୍ମାର ସଦ୍ଦଗତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା । ଜଘନ୍ୟ କାଣ୍ଡ ଘଟାଇଥିବା ଆତଙ୍କବାଦୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିମନ୍ତେ ଆବାହକ ରମେଶ ଚନ୍ଦ୍ର ପାତ୍ର,ନିରଞ୍ଜନ ସେନାପତି,ବାଇଧର ପାତ୍ର,ସୀମାଞ୍ଚଳ ପାଢି,ତରଣୀ ସେନ ନାୟକ,କୃଷ୍ଣ ପ୍ରସାଦ ଜେନା,ପ୍ରବୀର ମହାପାତ୍ର, ଅଭୟ ମହାପାତ୍ର ପ୍ରମୁଖ ଦାବି କରିଥିଲେ ।

Comments (0)
Add Comment