ମଦ ବ୍ୟବସାୟୀ ଗିରଫ; ମଦ ଜବତ ।

ବେଲଗୁଣ୍ଠା,(ପିପିଟି ନ୍ଯୁଜ୍)-୨୫/୪ଲକ ଡାଉନ ନିୟମ ଉଲଂଘନ  ହେଉଥିବା ଦେଖି ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଦିନ ରାତି ଏକ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି।ଯାହାଫଳରେ କିଛି ଦିନ ତଳେ ଏକ ବିଦେଶୀ ମଦ ବୋଝେଇ ଟ୍ରକ, ଏକ ଚୁଡା ବୋଝେଇ ଟ୍ରକ ସମେତ ବିଭିନ୍ନ ଯାନବାହନ ଜବତ କରି ଜରିମାନା ମଧ୍ୟ ଆଦାୟ କରିଛନ୍ତି।ସେହିପରି ଶନିବାର ଭଞ୍ଜନଗର ଥାନା ଅନ୍ତର୍ଗତ ଧୂମୁଛାଇ ଗ୍ରାମରେ ଦୀର୍ଘ ଦିନ ହେଲା ଚୋରା ଦେଶୀ ମଦ କାରବାର ହେଉଥିବା ଜାଣିପାରି ଉପଜିଲ୍ଲାପାଳ ଶ୍ରୀ ମିଞ୍ଜ ମଦ ବ୍ୟବସାୟୀକୁ ଧରିବା ପାଇଁ ଏକ ଚାଲ ଚଳେଇ ତାଙ୍କର ଜଣେ କର୍ମଚାରୀକୁ ଗ୍ରାହକ ବେଶରେ ସଜେଇ ମଦ କିଣିବା ପାଇଁ ପଠେଇଥିଲେ।ବ୍ୟବସାୟୀ ଜଣଙ୍କ ମଦ ଆଣି ଦେବା ସମୟରେ ତାକୁ କାବୁ କରାଯାଇଥିଲା।ଏ ସମ୍ପର୍କରେ ବ୍ୟବସାୟୀକୁ ଅଟକ ରଖି ବେଳଗୁଣ୍ଠା ପୋଲିସ ଜିମା ଦିଆଯାଇଛି।
ରିପୋର୍ଟ – ଶିବରାମ ଚୌଧୁରୀ

Comments (0)
Add Comment