ମଦ ଜବତ କରିବାକୁ ଯାଇ ମହିଳାଙ୍କୁ ଅସଦ ବ୍ୟବହାର; ଅବକାରୀ ବିଭାଗ କର୍ମଚାରୀଙ୍କ ନାମରେ ଥାନାରେ ଏତଲା ।

କନ୍ଧମାଳ,୨୪/୦୨(ପିପିଟି); ଦେଶୀମଦ ଜବତ କରିବାକୁ ଯାଇ ଏବେ ହରଡ଼ଘଣାରେ ପଡିଛି ଅବକାରୀ ବିଭାଗ। ମଦ ଜବତ କରିବାକୁ ଯାଇ ଜଣେ ମହିଳାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ମାରିବା ଫଳରେ ମହିଳା ଜଣଙ୍କ ଆହତ ହୋଇଥିବାରୁ ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ଫିରିଙ୍ଗିଆ ଓ ପରେ ଫୁଲବାଣୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣା ପଡିଛି । ଏ ନେଇ ଅବକାରୀ ବିଭାଗ କର୍ମଚାରୀଙ୍କ ନାମରେ ମାଡ଼ ମାରିବା ଓ ଟଙ୍କା ଲୁଟ କରିବା ଅଭିଯୋଗ କରି ଫିରିଙ୍ଗିଆ ଥାନା ଅନ୍ତର୍ଗତ ବବଡ଼ିଙ୍ଗିଆ ଗ୍ରାମର ଆହତ ମହିଳା ନମିତା ପ୍ରଧାନ ଫିରିଙ୍ଗିଆ ଥାନାରେ ଏତଲା ଦେଇଛନ୍ତି।ସୂଚନାଯୋଗ୍ୟଯେ, ମଙ୍ଗଳବାର ନିମିତା ଘରେ ଏକା ଥିବା ବେଳେ ଅବକାରୀ ଇନ୍ସପେକଟର ଥାଇଲା ଓରାମଙ୍କ ନେତୃତ୍ଵରେ ଫୁଲବାଣୀ ଅବକାରୀ ସ୍କାର୍ଡ ଟିମ ମହିଳାଙ୍କ ଘରଉପରେ ଚଢ଼ାଉ କରିଥିଲେ। ତେବେ ଅଭିଯୋଗ ପାଇବାପରେ ଫିରିଙ୍ଗିଆ ପୋଲିସ ଘଟଣାର ତଦନ୍ତ କରୁଥିବା କହିଛି । ବର୍ତ୍ତମାନ ମାର୍ଚ୍ଚ ମାସ ଆସୁଥିବାରୁ ବର୍ଷ ତମାମ କୁଆଡେ ବଟି ନେଇ ଶୋଇ ରହିଥିବା ଅବକାରୀ ବିଭାଗ ଏବେ ଟାର୍ଗେଟ ପୁରଣ ପାଇଁ ଔଷଧ ବିକଳରେ ତାଟିଆ କାମୁଡୁଥିବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ)

Comments (0)
Add Comment