| ପାରଳାଖେମୁଣ୍ଡି,୧୫/୪(ପିପିଟି ନ୍ୟୁଜ୍)-ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ବିରିକୋଟ ଗ୍ରାମରେ ପୋଲିସ ପୋଟ୍ରୋଲିଂ ଗାଡି ଉପରେ ଆକ୍ରମଣ ହୋଇଛି । ସେଥିରେ ୭ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସୂଚନା ମୁତାବକ ଲକ୍ ଡାଉନ୍ ନିୟମକୁ ଜନସାଧାରଣ କଡାକଡି ଭାବେ ପାଳନ କରୁଛନ୍ତି କି ନାହିଁ ଅଡବା ଥାନା ଅଞ୍ଚଳରେ ପୋଲିସ ତରଫରୁ କଡାକଡି ଭାବେ ପେଟ୍ରୋଲିଂ କରାଯାଉଥିଲା । ଗତକାଲି ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ବିରିକୋଟ ଗ୍ରାମରେ ଚୋରା ମଦ ବିକ୍ରି ହେଉଥିବାର କୌଣସି ସୁତ୍ରରୁ ଖବର ପାଇ ଚଢାଉ କରିଥିଲା । ପୋଲିସ ମଦ ଜବତ କରିବା ପାଇଁ ଯାଉଥିବା ସମୟରେ ହଠାତ୍ ସଂଘବଧ ଭାବେ କିଛିଲୋକ ପୋଲିସ ଉପରେ ଆକ୍ରମଣ କରିବା ସହ ପେଟ୍ରୋଲିଂ ଗାଡିଟିକୁ ଭଙ୍ଗାରୁଜା କରିଥିଲେ ।ସଂଘବଧ ଆକ୍ରମଣରେ ୭ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ଏନେଇ ଅଡବା ଥାନା କେସ ନଂ-୨୭/୨୦୨୦ରେ ଏକ ମାମଲା ରୁଜୁ ହୋଇଛି । ରିପୋର୍ଟ-ଦିଲ୍ଲୀପ କୁମାର ଶତପଥି |