ମଦ୍ଯପ ସ୍ବାମୀର ଟାଙ୍ଗିଆ ମାଡରେ ସ୍ତ୍ରୀର ମୃତ ।

ମାଲକାନଗିରି,ତା:୦୧/୦୨(ପିପିଟି);ମଦ ହିଁ ମନ୍ଦ । ମଦ ପାନ କଲେ ମଣିଷ ହିତାହିତ ଜ୍ଞାନ ଭୁଲି ଅଧିକାଂଶ ସମୟରେ ବହୁ ଅପରାଧ କରିଥାଏ ।ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଏମଭି-୭୨ ଗ୍ରାମରେ । ସ୍ବାମୀ ମଦ୍ଯପାନ କରି ସ୍ତ୍ରୀର ମୁଣ୍ଡକୁ ଟାଙ୍ଗିଆରେ ପ୍ରହାର କରିବା ଫଳରେ ସ୍ତ୍ରୀର ଅକାଳ ବିୟୋଗ ଘଟିଛି । ପ୍ରାପ୍ତ ସୂଚନା ଅନୁସାରେ ଏମଭି -୭୯ ଥାନା ଅନ୍ତର୍ଗତ ନାଲା ଗୁଣ୍ଠି ପଞ୍ଚାୟତ ନିକଟସ୍ଥ ଏମଭି- ୭୨ ଗ୍ରାମର ଶାନ୍ତି ନଗର ସାହିରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କଳହକୁ କେନ୍ଦ୍ର କରି ସ୍ବାମୀର ଟାଙ୍ଗିଆ ମାଡରେ ସ୍ତ୍ରୀର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ପ୍ରତ୍ଯେକ ଦିନ ସ୍ୱାମୀ ବିମଲ ମିସ୍ତ୍ରୀ ମଦ୍ଯ ପାନ କରି ଘରେ ଝଗଡା କରୁ ଥିବା ବେଳେ ସ୍ତ୍ରୀ ଦୁଲାଲୀ ଏହାକୁ ବିରୋଧ କରୁଥିଲା । ଗତ କାଲି ରାତିରେ ସ୍ୱାମୀ ବିମଲ ପ୍ରଚୁର ମଦ୍ଯ ପାନ କରି ଘରକୁ ଆସି ସ୍ତ୍ରୀଙ୍କ ସହ କଳହ କରିଥିଲା । ପରେ ମଦ ନିଶାରେ ହିତାହିତ ଜ୍ଞାନ ଭୁଲି ବିମଲ ଟାଙ୍ଗିଆରେ ନିଜ ସ୍ତ୍ରୀ ଦୁଲାଲୀର ମୁଣ୍ଡକୁ ପ୍ରହାର କରିଥିଲା । ଫଳରେ ସ୍ତ୍ରୀର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ସ୍ତ୍ରୀକୁ ମାରିବା ପରେ ଟାଙ୍ଗିଆ ଧରି ମଦ ନିଶାରେ ଶୋଇ ପଡ଼ିଥଲା!ଏ ସମ୍ପର୍କରେ ପୋଡ଼ଶୀ ଲୋକମାନେ ଜାଣିବା ପରେ ଏମଭି-୭ ୯ ଥାନାକୁ ଖଵର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରି କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଶବ ବ୍ଯବେଛେଦ ପାଇଁ ପଠାଇଯାଇଥିବା ବେଳେ ଅଭିଯୁକ୍ତ ସ୍ଵାମୀ ବିମଲ ମିସ୍ତ୍ରୀକୁ ଗିରଫ କରି ତଦନ୍ତ କରାଯାଉଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Comments (0)
Add Comment