ମଥୁରା ଗାଁ ନିକଟସ୍ଥ ରାସ୍ତାରୁ ପିଏଫଏ ଦ୍ୱାରା ଉଦ୍ଧାର ହେଲା ବିରଳ ପ୍ରଜାତିର ବହୁରୂପୀ ଏଣ୍ଡୁଅ,ଚାଙ୍ଗୁଡ଼ିଦେଇ ଜଙ୍ଗଲରେ ଛଡ଼ାଗଲା ।

ଦିଗପହଣ୍ଡି,୦୧/୦୫; ଦିଗପହଣ୍ଡି ସହର ନିକଟସ୍ଥ ମଥୁରା ଗାଁ ନିକଟସ୍ଥ ରାସ୍ତା ପାର୍ଶ୍ଵରୁ ଶନିବାର ଅପରାହ୍ନରେ ପିପୁଲ ଫର ଆନିମାଲ ସଂସ୍ଥା ପିଏଫଏ ସ୍ବେଛାସେବୀ ମାନଙ୍କ ଦ୍ୱାରା ବହୁରୂପୀ ଏଣ୍ଡୁଅ ଉଦ୍ଧାର ହୋଇଛି। ରାସ୍ତାରେ ଏକ ବିରଳ ପ୍ରଜାତିର ଏଣ୍ଡୁଅ ଯାଉଥିବା ବେଳେ ସେହିରାସ୍ତାରେ ଯାଉଥିବା ପିଏଫଏ ୱାର୍କର ଲିଙ୍କନ ତ୍ରିପାଠୀ, ଫାଶୀଗୁଡା ପଞ୍ଚାୟତ ସମିତିସଭ୍ୟ ଶିବରାମ ପ୍ରଧାନ, ସମାସେବୀ ଯୁବ ସାମ୍ବାଦିକ ମୁନା ବିଷୋୟୀ ସେହି ବହୁରୂପୀ ଏଣ୍ଡୁଅଟିକୁ ଉଦ୍ଧାର କରି ବନ ବିଭାଗକୁ ଖବର ଦେଇଥିଲେ । ଏହା ପରେ ତାକୁ ବନବିଭାଗର ନିର୍ଦ୍ଦେଶ କ୍ରମେ ତାକୁ ନିକଟସ୍ଥ ଚାଙ୍ଗୁଡ଼ିଦେଇ ଜଙ୍ଗଲରେ ଛାଡ଼ିଦେଇଥିଲେ। ଉଦ୍ଧାର ହୋଇଥିବା ବହୁରୂପୀ ଏଣ୍ଡୁଅଟି ଏକ ବର୍ଷ ବୟସ ବୋଲି ଅନୁମାନ କରାଯାଉଛି।

Comments (0)
Add Comment