ମାଲକାନଗିରି,୦୭/୦୯(ପିପିଟି):
ଗତ ଅଗଷ୍ଟ ୨୫ ତାରିଖରେ କାଲିମେଳା ବ୍ଲକ ଅନ୍ତର୍ଗତ ବଡିଗେଟା ପଞ୍ଚାୟତର ଏମଭି-୭୦ ଗ୍ରାମର ଜଗଦୀଶ କବିରାଜଙ୍କ ପତ୍ନୀ କାଳିଦାସୀ କବିରାଜଙ୍କ ମଧ୍ଯାହ୍ନ ୧.୩୦ ମିନିଟରେ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ କରିଥିଲେ । ଜଗଦୀଶ କବିରାଜଙ୍କ ପରିବାର ବର୍ଗ ଶ୍ରୀ ହରି ଚାନ୍ଦ ଠାକୁରଙ୍କ ଭକ୍ତ ଏବଂ ମତୁଆ ଧର୍ମ ସମ୍ପ୍ରଦାୟୀ ଅଟନ୍ତି । ସ୍ବର୍ଗିତା କାଳିଦାସୀ ଶ୍ରୀ ହରିଚାନ୍ଦ, ଶାନ୍ତିମାତା ଓ ଶ୍ରୀ ଗୁରୁଚାନ୍ଦଙ୍କୁ ବହୁ ଶ୍ରଦ୍ଧା ଓ ଭକ୍ତି କରିଆସୁଥିଲେ । ତାଙ୍କର ମୃତ୍ୟୁ ପରେ ସ୍ୱାମୀ ଜଗଦୀଶ କବିରାଜ ଗ୍ରାମବାସୀଙ୍କ ସହଯୋଗରେ ଅନ୍ତେଷ୍ଟି କ୍ରିୟା ମତୁଆ ରୀତିରେ ଶ୍ମଶାନରେ ସମାପନ କରିଥିଲେ । ଗତ ଅଗଷ୍ଟ ୨୯ ତାରିଖ ସୋମବାର ସକାଳ ସମୟରେ ଜଗଦୀଶ କବିରାଜ ଦଶା ଓ ୧୩ ଦିନ ପାଳନ ଶକାସେ ଏବୁ ଜ୍ଞାତି କୁଟୁମ୍ବଙିକୁ ଭୋଜନ ଦେବା ପାଇଁ ଗ୍ରାମ ମୁଖିଆଙ୍କ ଅନୁମତି ପାଇଁ ନିମନ୍ତ୍ରଣ କରିଥିଲେ । ଗ୍ରାମର ୬ ଜଣ ବ୍ଯକ୍ତି ଆଲୋଚନାରେ ଉପସ୍ଥିତ ରହିଥିଲେ । ସେମାନେ ହେଲେ ରତନ ମିସ୍ତ୍ରୀ, ସପନ ବିଶ୍ୱାସ, ସୁନୀଲ ଦତ୍ତ, ବିଧାନ ଦାସ, ବିପୁଳ ମଣ୍ଡଳ ଏବଂ ଉମାକାନ୍ତ ଦାସ । ଏହି ୬ ଜଣ ମତ ଦେଇ କହିଥିଲେ ଯେ ତୁମେ ତୁମର ସ୍ତ୍ରୀ ଙ୍କ ସ୍ବର୍ଗୀୟ ଆତ୍ମାର ସଦଗତି ପାଇଁ ମତୁଆ ଧର୍ମୀୟ ରୀତିନୀତି କରିବା ଲାଗି । ଏହା ପରେ ଗତ ସେପ୍ଟେମ୍ବର ୬ ତାରିଖ ଦିନ ଜ୍ଞାତି ଭୋଜନର ଆୟୋଜନ କରାଯାଇଥିଲା । ଏହି ଜ୍ଞାତି ଭୋଜନରେ ଗ୍ରାମରେ କିଛି ପରିବାର ଉପସ୍ଥିତ ଥିବା ବେଳେ ଗ୍ରାମ ସଭାପତି କମଳ ସରକାର ଓ ସମ୍ପାଦକ ବାବୁଲ ବାରୋଇ ଗ୍ରାମରେ ସଭା ଡାକି ଗ୍ରାମବାସୀଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗ ନଦେବା ପାଇଁ ବାରଣ କରିଥିଲେ । ଯଦି କିଏ ଭୋଜି ଖାଇବା ପାଇଁ ସେଠାକୁ ଯିବ ତାଙ୍କ ପରିବାରକୁ ମଧ୍ୟ ଗ୍ରାମରୁ ବାସନ୍ଦ କରାଯିବ ବୋଲି ଧମକ ଦେଇଥିଲେ । ଏହା ବ୍ୟତୀତ ଜଗଦୀଶ କବିରାଜଙ୍କ ଭାଇର ପୁଅ ଅଜିତ କବିରାଜକୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଲେ ଗ୍ରାମରୁ ବାସନ୍ଦ ସହ ତାଙ୍କ ନିଜ ସ୍ତ୍ରୀ କୌଶଲ୍ୟା କବିରାଜଙ୍କୁ ଓଡିଶା ଜୀବିକା ମିଶନର କମ୍ୟୁନିଟି ରିସର୍ସ ପରସନ ଚାକିରୀରୁ ବାହାର କରିଦିଆ ଯିବ ବୋଲି ମଧ୍ୟ କହିଥିଲେ । ଅନ୍ୟ ମାନଙ୍କ ଭିତରେ ଗ୍ରାମର ଜଣେ ମତୁଆ ଭାଇ ବିପୁଳ ମଣ୍ଡଳକୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଲେ ଗ୍ରାମ ବାସନ୍ଦ ସହ ଗ୍ରାମ ମନ୍ଦିର ପ୍ରବେଶ କରିବାକୁ ଦେବେ ନାହିଁ ବୋଲି ଗ୍ରାମ କମିଟି ତରଫରୁ କୁହାଯାଇ ଥିଲା । ମାତ୍ର ସେ ଉକ୍ତ କାର୍ଯ୍ଯକ୍ରମରେ ସଂପୂର୍ଣ୍ଣ ସହଯୋଗ କରିଥିଲା । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ଶ୍ରୀ ହରିଚାନ୍ଦ, ପଟେରୁ ମତୁଆ ଧାମର ସଭାପତି ଅଶୋକ ହାଲଦାର, ଲକ୍ଷ୍ମଣ ଚନ୍ଦ୍ର ଘରମୀ,ପ୍ରଦୀପ ମଣ୍ଡଳ, ଦେବାଶିଷ ମଣ୍ଡଳ, ମୃତ୍ୟଞ୍ଜୟ ମଣ୍ଡଳ, ଅମ୍ରିତ ବିଶ୍ୱାସ, ଅଯୋଧ୍ୟା ବୈରାଗୀ, ଅରୂପ ହାଲଦାର, ରବିନ, ତରୁଣ ଘରମୀ ଓ ପାଖ ପାଖ ଗ୍ରାମର ମତୁଆ ଭକ୍ତ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଶାନ୍ତି ପୂର୍ଣ୍ଣ ସହ ତୁଲାଇ ଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)