ମତୁଆ ଧର୍ମ ରୀତିରେ ଦୁଇଟି ବିବାହ କାର୍ଯ୍ୟ ସଂପନ୍ନ ।

ମାଲକାନଗିରି,୩୦/୧୧ (ପିପିଟି):ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ପଟେରୁ ସ୍ଥିତ କେନ୍ଦ୍ରୀୟ ହରି ମନ୍ଦିର ପ୍ରାଙ୍ଗଣରେ ମତୁଆ ଧର୍ମ ର ରୀତି ନୀତି ଅନୁଯାୟୀ ସର୍ବଭାରତୀୟ ମୁତୁଆଚାର୍ଯ୍ଯ ରବିନ ବିଶ୍ବାସଙ୍କ ପୌରହିତ୍ୟରେ
ବର ସୁମନ ସର୍ଦ୍ଦାର ଙ୍କ ସହିତ କନ୍ୟା ନିତୀ ପାଲଙ୍କ ବିବାହ କାର୍ଯ୍ୟ ସଂପନ୍ନ ହୋଇ ଯାଇଛି।
ବିବରଣୀରୁ ପ୍ରକାଶ ଯେ ଏହି ବିବାହରେ ବିନା ବ୍ରାହ୍ମଣ, ବିନା ଜାତକ ଏବଂ ବିନା ଯୌତୁକରେ ଦୁଇ ପରିବାରଙ୍କ ସହମତିରେ ଗତ ୨୭ ତାରିଖ ଦିନ ପଟେରୁ ସ୍ଥିତ କେନ୍ଦ୍ରୀୟ ହରି ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ଏମଭି-୯୦ ଗ୍ରାମର ନିର୍ମଳ ସର୍ଦ୍ଦାରଙ୍କ ପୁତ୍ର ସୁମନ ସର୍ଦ୍ଦାର ଏବଂ ଏମପିଭି- ୬୬ ଗ୍ରାମର ଖକନ ପାଲଙ୍କ କନ୍ୟା ନିତୀ ପାଲଙ୍କ ସହ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।
ସେହିପରି ଏମଭି-୭୧ ଗ୍ରାମରେ ମତୁଆ ଗୋସାଇଁ ଜଗଦୀଶ ବୈରାଗୀ ଙ୍କ ପୌରହିତ୍ୟରେ ମତୁଆ ଧର୍ମ ର ରୀତିନୀତି ଅନୁସାରେ ଅନ୍ଯ ଏକ ବିବାହ କାର୍ଯ୍ୟ ଗତ ୨୮ ତାରିଖ ଦିନ ସଂପନ୍ନ ହୋଇ ଯାଇଛି। ଏହି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଜଗଦୀଶ ହାଲଦାରଙ୍କ କନ୍ୟା ବିଷ୍ଣୁ ପ୍ରିୟା ହାଲଦାର ଏବଂ କୃଷ୍ଣ ଚନ୍ଦ୍ର ସରକାରଙ୍କ ପୁତ୍ର ଅମୃତ ସରକାର।
ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର। ନିଜ ଧର୍ମ ଓ ଧର୍ମ ଗୁରୁଙ୍କ ମତ ଅନୁସାରେ ସମସ୍ତ ସାମାଜିକ ସାଂସ୍କୃତିକ ରୀତି ନୀତି ପାଳନ କରିବାର ଅଧିକାର ରହିଛି। ଏଣୁ ବିନା ବ୍ରାହ୍ମଣରେ ମତୁଆ ରୀତି ନୀତି ଅନୁଯାୟୀ ଏହି ୨ ଗୋଟି ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇସାରିଛି। ଗୁରୁଚାନ୍ଦ ଚେତନା ମଞ୍ଚ ତରଫରୁ ଯିଏ ମତୁଆ ଧର୍ମ ରୀତିନୀତିରେ ବିବାହ ତଥା ଶ୍ରାଦ୍ଧ କ୍ରିୟା କରିବା ପାଇଁ ଆଶା ପ୍ରକଟ କରାନ୍ତି, ସେହି ପରିବାରଙ୍କୁ ଆର୍ଥିକ ସହଯୋଗ କରିବା ପାଇଁ ସଂଘ ସଭାପତି ଲକ୍ଷ୍ମଣ ଚନ୍ଦ୍ର ଘରାମୀ ଘୋଷଣା କରିଛନ୍ତି। ଏହି ବିବାହ କାର୍ଯ୍ୟରେ କେନ୍ଦ୍ରୀୟ ହରି ମନ୍ଦିର ପଟେରୁ ଧାମ ସଭାପତି ଅଶୋକ ହାଲଦାର, ସମ୍ପାଦକ ଆଶା ରଞ୍ଜନ ମାଳି,ଅନିମେଶ ମଣ୍ଡଳ, ଲକ୍ଷ୍ମଣ ଚନ୍ଦ୍ର ଘରାମୀ, ଶିଶିର ମଣ୍ଡଳ, ପ୍ରଦୀପ ତାପାଲୀ, ସୁରେଶ ଚନ୍ଦ୍ର ମଣ୍ଡଳ, ସତ୍ୟ ବେପାରୀ, ଆଶୁତୋଷ ବୈରାଗୀ, ବିଦ୍ୟୁତ ସରକାର, ପ୍ରକାଶ ଗୋସାଇଁ, ଗୌତମ ଡାଲି,ଚିତ ମିସ୍ତ୍ରୀ, ସମୀରଣ ଗାଇନ ଓ ଅରୂପ ହାଲଦାର, କେ. ଦେଶୀ ରାଜୁ ଅଚାରୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment