ମତଦାନ କେନ୍ଦ୍ର ସ୍ତରୀୟ ଜାତୀୟ ମତଦାତା ଦିବସ ପାଳିତ ।

ବ୍ରହ୍ମପୁର,୨୫/୦୧(ପିପିଟି):ସ୍ଥାନୀୟ ବାଲାଜୀପେଣ୍ଠ ସାହି ସ୍ଥିତ ମତଦାନ କେନ୍ଦ୍ର ବାଲାଜୀପେଣ୍ଠ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୁଥ ନମ୍ବର ୭୯ ଓ ୮୦ର ମିଳିତ ଆନୁକୂଲ୍ୟରେ ଷୋଡ଼ଶ ଜାତୀୟ ମତଦାତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ୭୯ ନମ୍ବର ବୁଥ ବିଏଲଓ ସୁମତି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରାଷ୍ଟ୍ରୀୟ ଦିବସ ପାଳନୋତ୍ସବରେ ୮୦ ନମ୍ବର ବୁଥ ବିଏଲଓ ରେଣୁବାଳା ସାହୁ ଦେଶର ଗଣତାନ୍ତ୍ରିକ ପରମ୍ପରାର ମର୍ଯ୍ୟାଦା ବଜାୟ ରଖିବା ସହ ଯେ କୌଣସି ସାମ୍ଭାବ୍ୟ ପ୍ରଲୋଭନରେ ପ୍ରଭାବିତ ନ ହୋଇ ମୁକ୍ତ, ଅବାଧ ଏବଂ ଶାନ୍ତିପୂର୍ଣ ନିର୍ବାଚନ ଗାରିମା ଅକ୍ଷୁର୍ଣ୍ଣ କ୍ଷେତ୍ରରେ ସହଯୋଗ ନିମନ୍ତେ ସାମୁହିକ ଶପଥ ପାଠ କରାଇଥିଲେ। ପରିଶେଷରେ ଉପସ୍ଥିତ ଭୋଟରମାନଙ୍କୁ ବିସ୍କୁଟ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ସ୍ଥାନୀୟ ଅଙ୍ଗନୱାଡି ସହାୟିକା ସୋନମ ସାମଲ ଓ ଆଶା ସୁଜାତା ସାହୁ ସହଯୋଗ କରିଥିଲେ।

Comments (0)
Add Comment