ମଣ୍ଡଳସ୍ତରୀୟ ବିଜ୍ଞାନ ମେଳା, ବିଜ୍ଞାନର ଉନ୍ନତିରେ ସମାଜର ପ୍ରଗତି।

ବୋଲଗଡ଼,୧୮/୧୧(ପିପିଟି): ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ ଙ୍କ ନିର୍ଦ୍ଦେଶକ୍ରମେ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ ଙ୍କ ଅଧ୍ୟକ୍ଷତାରେ ଓ ସରକାରୀ ଉଚ୍ଚ ବିଦ୍ୟାଳୟ,ସାଗରଗୁଁଆ ଆନୁକୂଲ୍ୟରେ ମଣ୍ଡଳସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ବିଜ୍ଞାନମେଳା ଓ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ମଙ୍ଗଳବାର ଦିନ ବିଦ୍ୟାଳୟ ପରିସରରେ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ପ୍ରଦର୍ଶନୀକୁ ୨୦୨୪-୨୦୨୫ମସିହାର ମାଟ୍ରିକ ଟପ୍ପର ଅଂଶୁମାନ ବେହେରା ଯୋଗଦେଇ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୈଜ୍ଞାନିକ ସୁରେନ୍ଦ୍ରନାଥ ଦଳାଇ, ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟ ଓ ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ବଳିୟାର ସିଂହ,ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସ ନାଥ ସ୍ୱାଇଁ ଓ ଅମିତା ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଅଂଶୁମାନ ବେହେରା,ଉପସଭାପତି ଗୋବିନ୍ଦ ଚନ୍ଦ୍ର ସାହୁ, ପଞ୍ଚସଖା ଶିକ୍ଷା ସେତୁ ସଙ୍ଗଠନ ର ଅଧ୍ୟକ୍ଷ ବୈକୁଣ୍ଠନାଥ ଖୁଣ୍ଟିଆ, ସାଧନ କେନ୍ଦ୍ର ସଂଯୋଜକ ପ୍ରଦୀପ କୁମାର ବଳବନ୍ତରାୟ ଯୋଗଦାନ କରିଥିଲେ। ଉଦଘାଟନୀ କାର୍ଯ୍ୟକ୍ରମରେ ସନ୍ତୋଷ କୁମାର ସାମଲ ସ୍ୱାଗତ ଭାଷଣ,ସୁସ୍ମିକାନ୍ତ ନାୟକ, ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ରସାନନ୍ଦ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଉଦ୍ଜାପନୀ ଉତ୍ସବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ। ବୈଜ୍ଞାନିକ ଶ୍ରୀ ଦଳାଇ ମୁଖ୍ୟ ଅତିଥି, ଖୋର୍ଦ୍ଧା ଜିଲ୍ଲା ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ର ଅଧ୍ୟକ୍ଷ ଡଃ ତାପସ କୁମାର ନାୟକ ମୁଖ୍ୟ ବକ୍ତା, ଶିକ୍ଷକ ପ୍ରଶିକ୍ଷକ ଅକ୍ଷୟ କୁମାର ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ସୁବାସ ଚନ୍ଦ୍ର ରାୟଗୁରୁ, ପ୍ରାକ୍ତନ ବୋଲଗଡ଼ ମଣ୍ଡଳ ସହଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମଚରଣ ବେହେରା, ଓଡ଼ିଶା ଉଚ୍ଚ ନ୍ୟାୟାଳୟ ର ବରିଷ୍ଠ ଆଇନଜୀବୀ ରମାକାନ୍ତ ସୁବୁଦ୍ଧି,ମେଳାର ପୃଷ୍ଠପୋଷକ ଜ୍ୟୋତି ରଞ୍ଜନ ଅଟ୍ଟ,ରାଜସୁନାଖଳା ସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ପରିଚାଳକ ବିଶ୍ବମ୍ଭର ଖଟାଇ, ପଞ୍ଜାବ ନେସନାଲ ବ୍ୟାଙ୍କ ର ଶାଖା ପରିଚାଳକ କୁମାର ଗୌରବ ଦାସ, ସ୍ଥାନୀୟ ସରପଞ୍ଚ ରମାମଣିଦେଇ, ବିଜ୍ଞାନ ମେଳା ର କୋଷାଧ୍ୟକ୍ଷ ସୁକାନ୍ତ କୁମାର ଜେନା ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ବୋଲଗଡ଼ ବ୍ଳକ ର ଅଧ୍ୟକ୍ଷା ହୁଲାସ ପ୍ରଧାନ ବିଶିଷ୍ଟ ଅତିଥି ରୂପେ ଯୋଗଦାନ କରିଥିଲେ।କମିଟିର ସମ୍ପାଦକ ପୀତବାସ ଲେଙ୍କା ଓ ସାଙ୍ଗଠନିକ ସମ୍ପାଦକ ତଥା ସ୍ଥାନୀୟ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ରବିନ୍ଦ୍ର କୁମାର ବେହେରା ମଧ୍ୟ ମଞ୍ଚାସୀନ ହୋଇଥିଲେ। ପ୍ରକାଶ ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ, ଲୋକନାଥ ସାହୁ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ପ୍ରଦର୍ଶନୀରେ ୨୦୬ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଏଥିମଧ୍ୟରୁ ୧୩ଟି ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ ହୋଇଅଛନ୍ତି। ନୟାଗଡ଼ରୁ ଇତିଶ୍ରୀ ମଲ୍ଲିକ, ଡ଼ଃ ସନ୍ତୋଷ କୁମାର ବେହେରା, ଅଶୋକ କୁମାର ସାହୁ ଓ ଖୋର୍ଦ୍ଧା ରୁ ଅନ୍ଶୁମାନ ବାବୁ, କେଦାର କ୍ରିଷନ ସାହୁ ଏବଂ ନୀଳକଣ୍ଠ ମାଝୀ ପ୍ରମୁଖ ବିଚାରକ ରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ। ବିଜ୍ଞାନ ର ଉନ୍ନତି ରେ ସମାଜର ପ୍ରଗତି ସମ୍ଭବ ବୋଲି ମୁଖ୍ୟ ଅତିଥି ଶ୍ରୀ ଦଳାଇ ଉପଦେଶ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ବିଜ୍ଞାନମେଳା କମିଟିର ସମସ୍ତ ସଭ୍ୟ ସଭ୍ୟା ଙ୍କ ସମେତ ବରିଷ୍ଠ ଶିକ୍ଷକ ଅପର୍ତି ଅଟ୍ଟ ଓ ପ୍ରଧାନଶିକ୍ଷକ ଶୈଲେନ୍ ପଟ୍ଟନାୟକ ଏବଂ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment