ମଣିପୁର ରେ ଶାନ୍ତିସ୍ଥାପନ ପାଇଁ ସାମୁହିକ ଦୀପଦାନ।

ବୋଲଗଡ଼,୨୨/୦୭(ପିପିଟି)ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ଧଳା ପଥର ପଞ୍ଚାୟତ କୋଦବେରଣି ଗ୍ରାମ ରେ ଆମ୍ ଆଦମୀ ପାର୍ଟୀ ତରଫରୁ ୯୦ ଦିନ ଧରି ଅଶାନ୍ତ ରହି ଥିବା ଏକ ପ୍ରକାର ଜଳୁ ଥିବା ମଣିପୁର ପ୍ରଦେଶ ରେ ଶାନ୍ତି ପ୍ରତିଷ୍ଠା ପାଇଁ ସାମୁହିକ ଦୀପ ଦାନ କରି ଥିଲେ। ଆପ ସଭାପତି କଳ୍ପତରୁ ପଣ୍ଡା ସମାଜ ସେବୀ ଜିତେନ୍ଦ୍ର ବଳିୟାରସିଂହ,ଶିଳ୍ପୀ ପ୍ରକାଶ ମୁଦୁଲି, ଦେବେନ୍ଦ୍ର ମୁଦୁଲି. ପ୍ରମୁଖ ଉପସ୍ଥିତ ରହି ଘଟଣା କୁ ତୀବ୍ର ନିନ୍ଦା କରିବା ସହ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ନିଷ୍କ୍ରିୟତା କୁ ସମାଲୋଚନା କରି ଥିଲେ। ଏହା ବିଶ୍ବରେ ଭାରତର ଛବି ମଳିନ କରୁ ଥିବାରୁ ଶୀଘ୍ର ସମାଧାନ ଓ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରାର୍ଥନା କରି ଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment