ବୁଗୁଡା,୧୮/୧୧(ପିପିଟି):ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମ ପଞ୍ଚାୟତର ବିଭିନ୍ନ ଉନ୍ନୟନ ପ୍ରକଳ୍ପକୁ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ମାଣିତରା ପଞ୍ଚାୟତ ବିଜୁ ଜନତା ଦଳର ମିଶ୍ରଣ ପର୍ଵରେ ଯୋଗ ଦେଇଛନ୍ତି।ମାଣିତରା ଗ୍ରାମ ପଞ୍ଚାୟତ ବିଜେପି ସରପଞ୍ଚ ଶାନ୍ତିଲତା ନାୟକ ଏବଂ ବବୁଲୁ ନାୟକଙ୍କ ନେତୃତ୍ୱରେ ୬୦୦ (ଛଅ ଶହ) ରୁ ଉର୍ଦ୍ଧ୍ବ ବିଜେପି ପରିବାର ବିଜେପି ଦଳ ତ୍ୟାଗ କରି ବିଜୁ ଜନତା ଦଳରେ ବିଧାୟକଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି।ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।