ମଠ ମନ୍ଦିର ଜମିର ଧାନ ପଞ୍ଜିକରଣ ନେଇ ପାକ୍ସ ମାନଙ୍କୁ ନିର୍ଦ୍ଦେଶ ଦେବାକୁ ପରିବହନ ମନ୍ତ୍ରୀଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ ।

ଶେରଗଡ,୧୮/୦୮(ପିପିଟି):ଶେରଗଡ ବ୍ଳକ ସମେତ ଗଞ୍ଜାମ ଜିଲ୍ଲାର ସମସ୍ତ ମଠାଧୀଶ ଓ ଟ୍ରଷ୍ଟି ମାନେ ମହନ୍ତ ପରମାନନ୍ଦ ଦାଶ ଗୋସ୍ୱାମୀଙ୍କ ନେତୃତ୍ୱରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କରିଛନ୍ତି । ଚଳିତବର୍ଷ ସରକାର ମଠ ମନ୍ଦିର ମାନଙ୍କ ଜମି ଗୁଡିକ ମଣ୍ଡି ପାଇଁ ରୋକ ଠୋକ ମନା କରିଛନ୍ତି । ମଠାଧୀଶ ଟ୍ରଷ୍ଟି ମାନେ କହିବା କଥା ହେଲା ଆମ୍ଭ ମଠ ମନ୍ଦିର ମାନଙ୍କରେ ଯାହା ଧାନ ଆଦାୟ ହେଉଛି ଆମ୍ଭେ ସେ ଧାନ କୁଆଡେ ନେଵୁ । ବର୍ଷ ଯାକର ଯାହା ଧାନ ଆଦାୟ ହେଉଛି ତାହା ଆମେ ମଣ୍ଡିରେ ଦେଇ ଯାହା ଟଙ୍କା ଆସୁଥିଲା ତାକୁ ଆମ୍ଭେ ମନ୍ଦିର ପରିଚାଳନା ରେ ଲଗାଉଥିଲୁ।ସରକାର ମଠ ମନ୍ଦିର ମାନଙ୍କ ଜମି ର ରେଜିଷ୍ଟ୍ରେସନ ବନ୍ଦ କରିଦେବା ଦ୍ବାରା ମଠ ମନ୍ଦିର ମାନଙ୍କର ବିଶେଷ କ୍ଷତି ହେବ । ଏଣୁ ସରକାର ମଠାଧୀଶ ଓ ଟ୍ରଷ୍ଟି ମାନଙ୍କ କଥା ଚିନ୍ତା କରି ଆମ ମଠ ମନ୍ଦିର ମାନଙ୍କ ଜମି ପଞ୍ଜିକରଣ ପାଇଁ ନିର୍ଦ୍ଦେଶ ଦିଅନ୍ତୁ।ଏକଥା ସରକାର ଏବଂ କୃଷି ମନ୍ତ୍ରୀ କୁ ଅବଗତ କରିବାକୁ ମଠାଧୀଶ ଓ ଟ୍ରଷ୍ଟି ମାନେ ପରିବହନ ମନ୍ତ୍ରୀ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ । ମନ୍ତ୍ରୀ ଶ୍ରୀ ଜେନା ଏକଥାକୁ ଗୁରୁତର ଭାବେ ନେବି ବୋଲି କହିଛନ୍ତି ।

Comments (0)
Add Comment