କୋଦଳା,୦୯/୧୧(ପିପିଟି):ଗଞ୍ଜାମ ଜିଲ୍ଲା ଆସିକା ଭୁବନେଶ୍ୱର ରାଜ୍ୟ ରାଜପଥ ମଠ ବ୍ରହ୍ମପୁର ନିକଟରେ ମୋଟସାଇକଲ ଦୁର୍ଘଟଣା ରେ ଦୁଇଜଣ ମୃତ୍ୟବରଣ କରିଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ରବିବାର ଭୋର ସମୟ ରେ ବେଗୁନିଆପଡା ବ୍ଲକ ଦିଗାପଡା ପଞ୍ଚାୟତ ଜଗନ୍ନାଥ ପୁର ଛଚିନା ର ଗୁରା ସେଠୀଙ୍କ ପୁଅ କାଶୀନାଥ ସେଠୀ ମଠବ୍ରହ୍ମପୁର ରାସ୍ତାରେ ପ୍ରତିଦିନ ଭଳି ପ୍ରାତଭ୍ରମଣରେ ଯାଉଥିବା ବେଳେ ପଛପଟ ରାସ୍ତାରୁ ପୋଲସରା ବ୍ଲକ ରାଣୀପଡ଼ା ଗ୍ରାମର ମିଟୁ ପରିଡା ବାଇକରେ ଆସି କାଶୀନାଥଙ୍କୁ ଧକ୍କା ଦେଇ ଛିଞ୍ଚାଡି ହୋଇ ପଡିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ କାଶୀନାଥଙ୍କୁ କୋଦଳା ମେଡିକାଲ ଓ ମିଟୁଙ୍କୁ ପୋଲସରା ମେଡିକାଲକୁ ନିଆଯାଇଥିଲା । ତେବେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଖବର ପାଇ କୋଦଳା ପୋଲିସ ମେଡିକାଲରେ ପହଞ୍ଚି କବିସୂର୍ଯ୍ୟନଗର ପୋଲିସକୁ ଖବର ଦେବା ପରେ କବିସୂର୍ଯ୍ୟନଗର ପୋଲିସ ପହଞ୍ଚି ଶବ ବ୍ୟବଛେଦ ନିମନ୍ତେ ପଠାଇଛନ୍ତି । ଘଟଣାରୁ ପ୍ରକାଶ ମିଟୁ ପରିଡା ବେଗୁନିଆପଡା ବ୍ଲକ ଉସ୍ତାଳୀ ଗ୍ରାମରେ ହେଉଥିବା ମହାଭାରତ ନାଟକ ରେ ଦୁଃଶାସନ ଭୂମିକାରେ ଅଭିନୟ କରି ସକାଳୁ ସକାଳୁ ଗ୍ରାମକୁ ଫେରୁ ଥିଲା । ନାଟକରେ ଅଭିନୟ କରୁଥିବାରୁ ରାତି ଅନିଦ୍ରା ଯୋଗୁଁ ଏହି ଦୃଘଟଣା ହୋଇଥାଇ ପରେ ବୋଲି ଆଲୋଚନା ହେଉଛି।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)