ମଙ୍ଗଳା ମନ୍ଦିର ଉନ୍ନତି ପାଇଁ ସମାଜସେବୀ ବାସୁଦେବ ସାହୁଙ୍କ ପଚାଶହଜାର ଟଙ୍କା ଦାନ।

ବୋଲଗଡ,୨୧/୦୪(ପିପିଟି): ବୋଲଗଡ ବ୍ଲକ ବଡ଼କୁମାରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଲଖଉରୁଣୀ ଗ୍ରାମ ର ସ୍ବର୍ଗତ ଯୋଗୀ ସାହୁ ଙ୍କ ସୁଯୋଗ୍ୟ ସନ୍ତାନ ତଥା ସମାଜସେବୀ ବାସୁଦେବ ସାହୁ ନିକଟସ୍ଥ କୋଡପଡା ଗ୍ରାମର ପ୍ରସିଦ୍ଧ ମଙ୍ଗଳାମନ୍ଦିର ର ଉନ୍ନତି ତଥା ବିକାଶ ପାଇଁ ପଚାଶ ହଜାର ଟଙ୍କା ଆର୍ଥିକ ଅନୁଦାନ ଏକ ବ୍ୟାଙ୍କ ଚେକ ମାଧ୍ୟମରେ ମଙ୍ଗଳାମନ୍ଦିର ର ପରିଚାଳନା କମିଟି ର ସଦସ୍ୟ ମାନଙ୍କୁ ଦାନ କରିଅଛନ୍ତି। ଦାତା ସମାଜସେବୀ ଶ୍ରୀ ସାହୁ ଏକାଧାରରେ ଜଣେ ଧର୍ମ ପରାୟଣ ପରାଉପକାରୀ ସ୍ନେହି, ମିଷ୍ଟ ଭାସି, ପରିବେଷବିତ ଓ ସମାଜ ସେବକ ଅଟନ୍ତି। ଗରିବ ଅସହାୟ ଖଟିଖିଆ ଦିନମଜୁରିଆ,ଅଗ୍ନି ବିପନ୍ନ,ସ୍ୱାମୀ ପରୀତତ୍କ୍ୟା, ବାପାମା ଛେଉଣ୍ଡ ଗରିବ ଲୋକ ମାନଙ୍କ ପିଲା ମାନଙ୍କ ର ପ୍ରାଥମିକ ଶିକ୍ଷା ର ବିକାଶ ପାଇଁ ସମାଜସେବୀ ଶ୍ରୀ ସାହୁ ସ୍ୱଇଛରେ ସେମାଙ୍କୁ ପୋଷାକ ପତ୍ର ବହି, ଶାଢ଼ୀ, ଧୋତି. ଲୁଗା ଗାମୁଛା ଇତ୍ୟାଦି ମାଗଣା ରେ ଯୋଗାଇବା ସଂଗେ ସଂଗେ ଆର୍ଥିକ ଅନୁଦାନ ବଣ୍ଟନ କରୁଅଛନ୍ତି। ମଙ୍ଗଳାମନ୍ଦିର ର ଉର୍ନ୍ନତି ତଥା ନବୀକରଣ କାର୍ଯ୍ୟ ସୁନ୍ଦର ଭାବରେ ସମାପନ କରିବାକୁ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ପୂଜକ ଙ୍କୁ ସମାଜ ସେବୀ ଶ୍ରୀ ସାହୁ ଯୋଡ ହସ୍ତ ରେ ନିବେଦନ କରିଅଛନ୍ତି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment