ମଙ୍ଗଳବାର ଓଡ଼ିଶା ଆସିବେ ରାଜନାଥ ସିଂହ, ସୁନାବେଡ଼ା ‘ହାଲ୍‌’ ୟୁନିଟ୍‌ ପରିଦର୍ଶନ ।

ଭୁବନେଶ୍ୱର,୦୫/୧୦(ପିପିଟି): କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ଗସ୍ତ କାଳରେ ସେ କୋରାପୁଟ ଜିଲ୍ଲାର ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)ର ପ୍ରତିରକ୍ଷା ଉତ୍ପାଦନ ୟୁନିଟ୍‌ ପରିଦର୍ଶନ କରିବେ।

ସୂଚନା ଅନୁଯାୟୀ, ସୁନାବେଡ଼ା ହାଲ୍‌ ୟୁନିଟ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜନାଥ ସିଂହ ଯୋଗଦେବେ। ଏହି ଅବସରରେ ସେ ୟୁନିଟ୍‌ରେ ଚାଲିଥିବା ପ୍ରତିରକ୍ଷା ଉତ୍ପାଦନ ସମ୍ପର୍କିତ କାର୍ଯ୍ୟକଳାପର ସମୀକ୍ଷା କରିବା ସହ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ।

ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ରହିବେ। ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ହାଲ୍‌ର ଭୂମିକା ଏବଂ ସୁନାବେଡ଼ା ୟୁନିଟ୍‌ର କାର୍ଯ୍ୟକଳାପ ଦୃଷ୍ଟିରୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।

ସୁନାବେଡ଼ା କାର୍ଯ୍ୟକ୍ରମ ଶେଷ କରି ରାଜନାଥ ସିଂହ ଅପରାହ୍ନରେ ରାଇପୁର ଦେଇ ଦିଲ୍ଲୀ ଫେରିବେ ବୋଲି ଜଣାପଡ଼ିଛି।

Comments (0)
Add Comment