ମଙ୍ଗଳପୁର ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ମାତୃଶମିଳନୀ ଅନୁଷ୍ଠିତ ।

ବେଲଗୁଣ୍ଠା.୨୩/୦୮(ପିପିଟି ):ବେଲଗୁଣ୍ଠା ବ୍ଲକ ଅଧୀନ ମଙ୍ଗଳପୁର ଗ୍ରାମରେ ଅବସ୍ଥିତ ସ୍ଵାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ରେ ଆଜି ମାତୃ ସମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ରେ ବିଦ୍ୟାଳୟ ର ପ୍ରୀତିଷ୍ଠାତା ମାଧବ ଚନ୍ଦ୍ର ଆପଟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁ ହେଉଛନ୍ତି ଦେଶର ଉତ୍ତରଧିକାରୀ ସେମାଙ୍କୁ ପ୍ରତୁସରୁ ବିଛଣାରୁ ଉଠାଇ ନିତ୍ୟକ୍ରମ କରାଇ ଠାକୁର ଓ ପିତା ମାତା ଏବଂ ଗୁରୁଜନଙ୍କୁ ପ୍ରଣାମ କରାଇ ବିଦ୍ୟାରମ୍ଭ କଲେ ସେ ଜୀବନରେ ଭଲ ମଣିଷ ପରି ମଣିଷଟେ ହୋଇପାରିବ ଏବଂ ମୋବାଇଲ ଠାରୁ ଶିଶୁମନଙ୍କୁ ଦୂରରେ ରଖିବାକୁ ପରାମର୍ଶ ଦେଇଥିଲେ । ସଭାପତି ଭାବେ ସୁନିତା ପରିଡା ସଭାକାର୍ଯ୍ୟ ସମ୍ପାଦନ କରିଥିଲେ. ମାମାଙ୍କ ମଧ୍ୟରେ ସଙ୍ଗୀତ. ସାଧାରଣଜ୍ଞାନ ଡାଙ୍ଗୋଲି ପ୍ରତିଯୋଗିତା କରାଯାଇ କୃତକାର୍ଯ୍ୟ ହୋଇଥିବା ମାମାଙ୍କୁ ପୁରସ୍କାର ପ୍ରଦାନ କରାଯଇଥିଲା. ଏହି କାର୍ଯ୍ୟକ୍ରମ କୁ ଶିକ୍ଷା କେନ୍ଦ୍ରର ଗୁରୁମା ରାଜଲକ୍ଷ୍ମୀ. ଦୀପା. ସୁଲୋଚନା. ଲିଜା. ପୂଜା. ଆଶା. ଗୁଡଲି ଓ ରାଜେଶ୍ୱରଭାଇ. ପ୍ରମୋଦ ଭାଇ ବସନ୍ତ ଭାଇ ସହଯୋଗ କରିଥିଲେ ।

ରିପୋର୍ଟ -ସୁଶାନ୍ତ କୁମାର ବେହେରା

Comments (0)
Add Comment