କୋଦଳା,୧୬/୦୪(ପିପିଟି):ବୁଧବାର ସନ୍ଧ୍ୟାରେ ୪ରୁ ଉର୍ଦ୍ଧ୍ଵ ଯୁବକଙ୍କ ଆକ୍ରମଣରେ ଦୁଇ ଗୁରୁତର ହୋଇଥିବା ବେଳେ, ଆତଙ୍କ ଖେଳାଇଥିବା ଦୁଇ ଜଣଙ୍କୁ ଗ୍ରାମବାସୀ ଅଟକ ରଖିଥିବା ବେଳେ କୋଦଳା ପୋଲିସ ସେଠାରେ ପହଞ୍ଚି ଦୁଇଜଣଙ୍କୁ ଉଦ୍ଧାର କରି କୋଦଳା ମେଡିକାଲ ଆଣିଥିବା ଜଣାଅପଡ଼ିଛି । ସୂଚନା ପ୍ରକାରେ ବେଗୁନିଆପଡା ବ୍ଲକ ଚିଙ୍ଗୁଡ଼ିଖୋଲ ପଞ୍ଚାୟତର ମଙ୍ଗଳପୁର ଗ୍ରାମରେ ସନ୍ଧ୍ୟା ସମୟରେ ଏକ ବିବାହ ଭୋଜି ଚାଲିଥିବା ବେଳେ ସେହି ଗ୍ରାମର ଜଣେ ଯୁବକ ଅନ୍ୟ ଗ୍ରାମର ବିଭିନ୍ନ ମାରଣାସ୍ତ୍ର ସହିତ କିଛି ଯୁବକଙ୍କୁ ଧରି ଭୋଜି ଜାଗାରେ ପହଞ୍ଚି ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ କିଛି ସମୟ ଆତଙ୍କ ଖେଳାଇ ଲୋକଙ୍କୁ ଭୟଭିତ କରାଇଥିଲେ,ଏତିକି ବେଳେ ସେହି ଗ୍ରାମର କିଛି ଯୁବକ ସେମାନଙ୍କୁ ବୁଝାଇ ବାକୁ ଚେଷ୍ଟା କରୁଥିବା ବେଳେ ସେମାନେ ହଠାତ ଖଣ୍ଡା ରେ ଆକ୍ରମଣ କରିଥିଲେ,ଯାହାଦ୍ୱାରା ଦୀପକ ପଢିଆଳି ଏବଂ ବୁଲୁ ବାରିକ ଗୁରୁତର ଆହତ ହୋଇଥିଲେ । ଆକ୍ରମଣ କରି ପଳାଉଥିବା ବେଳେ ଗ୍ରାମବାସୀ ଦୁଇଜଣଙ୍କୁ ଧରି ଅଟକ ରଖିଥିଲେ ଏବଂ ଆହତ ଦୁଇଜଣଙ୍କୁ କୋଦଳା ମେଡିକାଲ ରେ ପହଞ୍ଚାଇଥିଲେ । କିନ୍ତୁ ଦୀପକର ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା ।ଖବର ପାଇ କୋଦଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମଙ୍ଗଳପୁରର ଏକ ଘର ମଧ୍ୟରୁ ଆହତ ଅବସ୍ଥାରେ ଚିଙ୍ଗୁଡ଼ିଖୋଲର ସୁରଥ ଗୌଡ଼ଙ୍କ ପୁତ୍ର ମୁକେଶ ଗୌଡ଼ ଏବଂ ଉତ୍ସାଳୀ ର କୁମର ପ୍ରଧାନଙ୍କୁ ଉଦ୍ଧାର କରି କୋଦଳା ମେଡିକାଲରେ ପହଞ୍ଚାଇ ସେମାନଙ୍କ ଚିକିତ୍ସା କରାଇଥିଲେ,କେଉଁ କାରଣରୁ ଏଭଳି ଘଟଣା ଘଟିଲା ସେଭଳି କିଛି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ଖୁବ ଶୀଘ୍ର ସତ୍ୟାସତ୍ୟ ପଦାକୁ ଆସିବ ବୋଲି କହିଛି କୋଦଳା ପୋଲିସ । ଖବର ଲେଖାହେବା ସୁଦ୍ଧା କୋଦଳା ପୋଲିସ ହେପାଜତ ରେ ଚିକିଛିତ ହେଉଛନ୍ତି ଆତଙ୍କ ଖେଳାଇଥିବା ଦୁଇ ଯୁବକ ମୁକେଶ ଓ କୁମର ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)