ବ୍ରହ୍ମପୁର,୨୮/୧୦(ପିପିଟି):ବ୍ରହ୍ମପୁର ଉପଖଣ୍ଡରେ ଭୋଟର ତାଲିକାର ସଂକ୍ଷୀପ୍ତ ସ୍ଵତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମ ୨୦୨୪ ପାଇଁ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆଜି ୱାକଥନ୍ ଓ ପଥ ଉତ୍ସବ ଉପଖଣ୍ଡ ପ୍ରଶାସନ ତରପରୁ ଅନୁଷ୍ଠିତ ହୋଯାଇଅଛି । ଏହି ୱାକଥନ୍ ଓ ପଥ ଉତ୍ସବକୁ ଉପ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ପଥ ଉତ୍ସବ ନିମନ୍ତେ ଏକ ସଚେତନତା ଶୋଭାଯାତ୍ରା ଆୟୋଜନ ହୋଇଥିଲା । ଏହି ଶୋଭାଯାତ୍ରା ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ଗୋଲ୍ଡେନ ଜୁବ୍ଲୀ ଟାଉନ ହଲ ନିକଟରେ ପହଞ୍ଚିଥିଲା । ଏହି ଶୋଭାଯାତ୍ରାରେ ଏସ ବି ଆର ମହାବିଦ୍ୟାଳୟ, ମହାମୟୀ ମହାବିଦ୍ୟାଳୟର ଛାତ୍ରୀମାନେ,ବିଏଲ୍ଓ, ସୂପରଭାଇଜର ,ବ୍ରହ୍ମପୁର ସ୍କେଟିଂ ଏକାଡେମୀର ଛାତ୍ରଛତ୍ରୀମାନେ ଉପସ୍ଥିତ ଥିଲେ । ୱାକଥନ୍ ଓ ପଥ ଉତ୍ସବରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀମାନଙ୍କୁ ଯେଉଁ ନାଗରିକଙ୍କ ବୟସ ୧୮ ବର୍ଷ ହେଉଥିବ ସେମାନେ ସ୍ଥାନୀୟ ବିଏଲଓ, ଗୋଷ୍ଠୀ ଉନ୍ନୟନ ଅଧିକାରୀ,ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କିମ୍ୱା ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ ବୋଲି ଉପଜିଲ୍ଲାପାଳ ଶ୍ରୀ କୁଲକର୍ଣୀ କହିଥିଲେ। ଏହା ସହିତ ସଚେତନତା ମାଧ୍ୟମରେ ନାଗରିକଙ୍କ ନିକଟରେ ଭୋଟର ତାଲିକା ସଂଶୋଧନ, ନୂତନ ପଞ୍ଜିକରଣ, ମୃତ ବ୍ୟକ୍ତିଙ୍କ ନାମ ତାଲିକାରୁ ବାଦ୍ ଦେବା,ଏକାଧିକ ଥର ନାମ ପଞ୍ଜିକରଣ ହୋଇଥିଲେ ଗୋଟିଏ ସ୍ଥାନରେ ନାମ ରଖି ଅନ୍ୟତ୍ର ବାଦ୍ ଦେବା ଆଦି ସମ୍ପର୍କରେ ସଚେତନତା ବାର୍ତ୍ତା ଶୋଭାଯାତ୍ରା ମାଧ୍ୟମରେ ଛାତ୍ରଛାତ୍ରୀମାନେ ଜଣାଇଥିଲେ ।ଆଜିର ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ କାର୍ଯ୍ୟାଳୟର କର୍ମଚାରୀ,ଆସିସ୍ଟାଣ୍ଟ କଲେକ୍ଟର ଶୁଭଶ୍ରୀ ମିଶ୍ର ଓ ଆଶୁତୋଷ ପଟ୍ଟନାୟକ, ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ପ୍ରମୁଖ ଉପସ୍ଥିତ ଥିଲେ ।