ଭୋଟର ତାଲିକା ନିମନ୍ତେ ୨୫ ନଭେମ୍ବରରେ ସତନ୍ତ୍ର ଅଭିଯାନ ।

ମାଲକାନଗିରି, ୨୩/୧୧(ପିପିଟି):ଜିଲ୍ଲାରେ ଭୋଟର ତାଲିକା-୨୦୨୪ ନିମନ୍ତେ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଚାଲିଛି । ଏଥିରେ ଦାବି ଓ ଅଭିଯୋଗ ନିମନ୍ତେ ୨୭ ଅକ୍ଟୋବର ୨୦୨୩ ରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ଓ ଏହା ୯ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ଚାଲିବ। ଶେଷ ସ୍ୱତନ୍ତ୍ର ଅଭିଯାନ କାର୍ଯ୍ୟକ୍ରମ ଶନିବାର ୨୫ ନଭେମ୍ବର ରେ ଅନୁଷ୍ଠିତ ହେବ । ସେଥିରେ ସମସ୍ତ ବୁଥ ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ସମସ୍ତ ଦାବି ଓ ଅଭିଯୋଗ ତଥ୍ୟ ସଂଗ୍ରହ କରିବେ। ନୂତନ ପଞ୍ଜୀକରଣ ନିମନ୍ତେ ବର୍ତ୍ତମାନ ସୁଧା ୭, ୫୮୫ ଫର୍ମ ସଂଗ୍ରହ କରାଯାଇଛି। ସ୍ୱତନ୍ତ୍ର ସଂକ୍ଷିପ୍ତ ଅଭିଯାନରେ ଅଦ୍ୟାବଧି ୨, ୮୭୦ ଭୋଟର ସଂଶୋଧନ ନିମନ୍ତେ ଆବେଦନ କରିଛନ୍ତି। ସ୍ଵତନ୍ତ୍ର ସଂକ୍ଷିପ୍ତ ଅଭିଯାନ ପୂର୍ବରୁ ଅଗଷ୍ଟ ମାସରେ ବିଏଲଓ ମାନେ ଘରକୁ ଘର ବୁଲି ସର୍ଭେ କରିଛନ୍ତି। ସର୍ଭେ ଅନୁସାରେ ୬୧୯୯ ଜଣ ନୂତନ ଭୋଟର ପଞ୍ଜିକରଣ କରିଛନ୍ତି ଓ ଡ୍ରାଫ୍ଟ ପ୍ରକାଶନ ପୂର୍ବରୁ ଅଗଷ୍ଟ ଏବଂ ସେପ୍ଟେମ୍ବର ମାସରେ ୪୯୧୪ ଭୋଟର ପରିଚୟ ପତ୍ର ସଂଶୋଧନ କରାଯାଇଛି। ଏହି ଅବସରରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ବିଶାଲ ସିଂ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନରେ ନିୟୋଜିତ ଥିବା ସମସ୍ତ ବିଏଲଓ ଓ କର୍ମଚାରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଏହି ଅବସରରେ ସେ ଶନିବାର ୨୫ ନଭେମ୍ବରରେ ହେବାକୁ ଥିବା ଶେଷ ସ୍ୱତନ୍ତ୍ର ଅଭିଯାନ ରେ ମାଲକାନଗିରି ଜିଲ୍ଲାର ଜନସାଧାରଣଙ୍କୁ ଏଥିରେ ଭାଗନେଇ ସମ୍ପୃକ୍ତ ବିଏଲଓଙ୍କ ମାଧ୍ୟମରେ ଭୋଟର ତାଲିକା ରେ ସଂଶୋଧନ, ନୂତନ ଭାବେ ଆବେଦନ ଓ ବିୟୋଗ ପାଇଁ ଆହ୍ଵାନ କରିଛନ୍ତି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment