ଭୋଟର ତାଲିକାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ନିମନ୍ତେ ସଚେତନ ରଥ ଶୁଭାରମ୍ଭ ।

ଭଞ୍ଜନଗର,୨୮/୧୧(ପିପିଟି); ଚଳିତ ୨୦୨୧ ମସିହା ନିମନ୍ତେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ନିମନ୍ତେ ପ୍ରଚାର ରଥ ଆଜି ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଂଜ଼ ଶୁଭାରମ୍ଭ କରିଛନ୍ତି । ଏହି ପ୍ରଚାର ରଥ ଭଞ୍ଜନଗର ଉପଖଣ୍ଡ ର ସମସ୍ତ ବ୍ଲକ ସମେତ ପଂଚାୟତ ଗୁଡିକ ପରିଭ୍ରମଣ କରି ଜନସାଧାରଣ ମାନଙ୍କୁ ସଚେତନ କରିବ । ସୂଚନା ଯେ, ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା ଚଳିତ ମାସ ୧୬ ତାରିଖରୁ ଚାଲୁରହିଛି । ଏହା ଆସନ୍ତା ମାସ ଅର୍ଥାତ ଡିସେମ୍ବର ୧୫ ତାରିଖ ପର୍ୟ୍ଯନ୍ତ ଚାଲିବ । ସ୍ୱତନ୍ତ୍ର ପ୍ରଚାର ଦିବସ ଭାବେ ଚଳିତ ମାସ ୨୮ ଏବଂ ୨୯ ତାରିଖ ଏବଂ ଡିସେମ୍ବର ମାସ ୫ ଏବଂ ୬ ତାରିଖ ଦିନ ଜନସାଧାରଣ ନିଜର ନିଜର ବୁଥ ସ୍ତରୀୟ ଅଧିକାରୀ ମାନଙ୍କ ସହ ଭେଟନ୍ତୁ । ଯଦି ଯଦି କୌଣସି ବ୍ୟକ୍ତିଙ୍କ ୧.୧.୨୦୨୧ କିମ୍ବା ତା ପୂର୍ବରୁ ୧୮ ବର୍ଷ ବୟସ ହେଇଥିବ ତେବେ ନିଜର ନାମ ଭୋଟର ତାଲିକାରେ ପଞ୍ଜିକୃତ କରିପାରିବେ । ଏହା ଛଡା ଅନଲାଇନ www.nvsp.in ରେ ମଧ୍ୟ ଆବେଦନ କରିପାରିବେ । ଅନ୍ୟ ମାନଙ୍କ ମଧ୍ୟରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ, କନିଷ୍ଠ ରାଜସ୍ବ ସହାୟକ ମୁକ୍ତିପଦ ନାୟକ , ସତ୍ୟନାରାୟଣ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment