ଭୈରବୀ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ।

ହରଭଙ୍ଗା,୨୯/୦୯:ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ମହୋତ୍ସବ ପଡିଆ ଠାରେ ମାଁ ଭୈରବୀ ସାଂସ୍କୃତିକ ପରିଷଦ ସଭାପତି ଅଶୋକ ଅଗ୍ରୱାଲଙ୍କ ଅଧକ୍ଷତାରେ ରବିବାର ଭୈରବୀ ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି! ପ୍ରଥମେ ସାଙ୍ଗଠନିକ ସମ୍ପାଦକ ପ୍ରାଣବନ୍ଧୁ ସାହୁ ପୂର୍ବ ମହୋତ୍ସବର ବିବରଣୀ ପଠନ କରିଥିଲେ।ପରେ ଚଳିତ ବର୍ଷ କିପରି ମହୋତ୍ସବ ଶାନ୍ତି ଶୃଙ୍ଖଳା ସହ ହେବ ସେନେଇ ପୁଙ୍ଖାନୁପଙ୍ଖ ଆଲୋଚନା କରାଯାଇଥିଲା । ଏପରିକି କମିଟିର ସସଦ୍ୟ ମାନଙ୍କୁ ମହୋତ୍ସବ ପରିଚାଳନା ର ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଥିଲା । ଖୁବଶୀଘ୍ର ମହୋତ୍ସବ ପଡିଆରେ ଚଳିତ ବର୍ଷ ମହୋତ୍ସବ ପାଇଁ ଶୁଭ ଖୁଣ୍ଟି ସ୍ଥାପନ କରାଯିବା ପାଇଁ ଦିନ ଧାର୍ଯ୍ୟ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା । ବୈଠକରେ ମହୋତ୍ସବ କମିଟିର ସମ୍ପାଦକ ତଥା ସରପଞ୍ଚ ଅଶୋକ କୁମାର ସେଠୀ,କୈଳାସ ଅଗ୍ରୱାଲ, ସୁକାନ୍ତ ପଟ୍ଟନାୟକ,ବିଭୁ ଦତ୍ତ ବୋଷ, ଅକୁର ସେଠି,ସତୀଶ ବେହେରା, ମନୋଜ ସାହୁ,ବାଳକୃଷ୍ଣ ନାୟକ, ବିଜୟ କଁହର,ମନୋଜ ପାଢ଼ୀ, ଶୁଭ୍ରଜିତ ପ୍ରଧାନ,ନାରାୟଣ ମହାନ୍ତିଙ୍କ ସମେତ ସାମ୍ବାଦିକ,ବୁଦ୍ଧିଜୀବୀ ଓ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ, ମା ଭୈରବୀ ମୋହତ୍ସବ ଆସନ୍ତା ନଭେମ୍ବର ୨୯ରୁ ଆରମ୍ଭ ହୋଇ ଡିସେମ୍ବର ୪ ତାରିଖରେ ସରିବ ବୋଲି ସୂଚନା ମିଳିଛି।

Comments (0)
Add Comment