ଭେଜାଗୁଡା ଗାଁରେ ମାସ୍କ ବାଣ୍ଟିଲେ ବିଧାୟକ ।

ମାଲକାନଗିରି,ତା:୨୨/୦୫(ପିପିଟି); ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଦେଶ ଅନୁସାରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା ଆଜି ମାଥିଲି ବ୍ଲକ ଅନ୍ତର୍ଗତ ଭେଜାଗୁଡା ଗ୍ରାମରେ ଲୋକମାନଙ୍କୁ କରୋନା ମହାମାରୀରୁ ସୁରକ୍ଷା ପାଇଁ ମାସ୍କ୍ ବଣ୍ଟନ କରିଥିଲେ । କରୋନା ମହାମାରୀ ସମୟରେ କିପରି ସାମାଜିକ ଦୂରତା ରକ୍ଷା କରିବେ ତଥା ସର୍ବଦା ହାତକୁ କିପରି ସାନିଟାଇଜର କିମ୍ବା ସାବୁନରେ ଧୋଇବେ ଲୋକମାନଙ୍କୁ ବୁଝାଇଥିଲେ । ଜ୍ବର,କାଶ,ମୁଣ୍ଡ ବ୍ଯଥା ଆଦି ଲକ୍ଷଣ ଦେଖାଦେଲେ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ଯାଇ କରୋନା ପରୀକ୍ଷା କରିବା ପାଇଁ ପରାମର୍ଶ ଦେଇଥିଲେ। ସେ କହିଲେ ଯେ,ଏହି କଠିନ ସମୟରେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ଲୋକଙ୍କ ନିକଟରେ ପହଂଚି ସେମାନଙ୍କ ସବୁ ଅସୁବିଧା ଦୂର କରିବାକୁ ପ୍ରତିଶ୍ରୁତି ବଦ୍ଧ। ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଆଗକୁ ଏହି ଜନ ସଚେତନତା ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ସବୁ ଅଞ୍ଚଳରେ କରାଯିବ ବୋଲି ଶ୍ରୀ ବାକା ପ୍ରକାଶ କରିଛନ୍ତି। ଆମେ ସମସ୍ତେ ଏକ ଜୁଟ ହୋଇ ଲଢ଼ିବା ଏବଂ କରୋନାକୁ ହରେଇବା।ସର୍ବଦା ସରକାରଙ୍କ ଦ୍ଵାରା ଦିଆ ଯାଇଥିବା ନିୟମାବଳୀକୁ ମାନିବା ବୋଲି ବିଧାୟକ କହିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Comments (0)
Add Comment