ଭେଙ୍କଟାପଲମ ସରପଞ୍ଚ, ସମିତି ସଭ୍ୟ, ସମେତ ସବୁ ୱାର୍ଡ଼ ମେମ୍ବର ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ।

ମାଲକାନଗିରି,୨୩/୦୧(ପିପିଟି): କାଲିମେଳା ବ୍ଲକ ଭେଙ୍କଟ ପଲମ ପଞ୍ଚାୟତର ସରପଞ୍ଚ ଓ ପଞ୍ଚାୟତ ସମିତି ସଭ୍ୟ ସମେତ ୧୨ ଗୋଟି ୱାର୍ଡ଼ ମେମ୍ବର ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ଏହି ପଞ୍ଚାୟଚରେ ସମୁଦାୟ ୪୬୪୩ ଭୋଟର ରହିଥିବା ବେଳେ ତନ୍ମମଧ୍ୟରୁ ଅନୁସୂଚୀତ ଜାତି ୧୩୫୪, ଅନୁସୂଚୀତ ଜନଜାତି ୧୮୩୨ ଏବଂ ଅନ୍ୟାନ୍ୟ ବର୍ଗର ୧୪୨୭ ଜଣ ଭୋଟର ରହିଛନ୍ତି । ତେବେ ଏହି ନିର୍ବାଚନରେ ଭାଗନେବାକୁ ପୂର୍ବତନ ସରପଞ୍ଚ ବଜି କବାସି ସରପଞ୍ଚ ପ୍ରାର୍ଥୀନୀ ଭାବେ ଏବଂ ପୂର୍ବତନ ସରପଞ୍ଚ ସୁବାସିନୀ ସୋଡି ସମିତି ସଭ୍ୟ ପ୍ରାର୍ଥୀନୀ ଏବଂ ୧୨ ଟି ୱାର୍ଡ଼ ମେମ୍ବର ଆସନ ପାଇଁ ୧୨ ଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହି ଗ୍ରାମ ପଞ୍ଚାୟତର ୧୨ ୱର୍ଡ଼ ମେମ୍ବର ପ୍ରାର୍ଥୀ ପ୍ରାର୍ଥୀନୀ, ଜଣେ ସରପଞ୍ଚ ପ୍ରାର୍ଥୀନୀ ଓ ଜଣେ ସମିତି ସଭ୍ୟ ପ୍ରାର୍ଥୀନୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ଜଣାପଡିଛି । ସରପଞ୍ଚ ପ୍ରାର୍ଥୀନୀ ବଜି କବାସି, ସମିତି ସଭ୍ୟ ପ୍ରାର୍ଥୀନୀ ସୁବାସିନୀ ସୋଡି ସମେତ ୧୨ ୱାର୍ଡ଼ ମେମ୍ବର ପ୍ରାର୍ଥୀ ପ୍ରାର୍ଥୀନୀ ମଧ୍ୟରୁ ୧ ନଂ ୱାର୍ଡରେ ଗୀତା ମଣ୍ଡଳ,୨ ନଂ ୱାର୍ଡରେ ହରିହର ସରକାର ,୩ ନଂ ୱାର୍ଡରେ ଗଙ୍ଗା କବାସି,୪ ନଂରେ ୱାର୍ଡ ରତ୍ନା କାର୍ତ୍ତାମି ,୫ ନଂ ୱାର୍ଡରେ ସୁବାସ ପଡ଼ିଆମି ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ସେହିପରି ୬ ନଂ ୱାର୍ଡରେ ମାନନୀ ମାଡି,୭ ନଂ ୱାର୍ଡ଼ରେ ଜୟରାମ ଗାଦବା ,୮ ନଂ ୱାର୍ଡ ରାମେ ମାଡକାମି,୯ ନଂ ୱାର୍ଡରେ ମନିକା ରାୟ,୧୦ ନଂ ୱାର୍ଡ ରେ କନିକା ହାଲଦାର, ୧୧ ନଂ ୱାର୍ଡ ରେ ନିର୍ମଳ ମଣ୍ଡଳ, ୧୨ ନଂ ୱାର୍ଡରେ ପ୍ରଦୀପ ମଣ୍ଡଳ ପ୍ରମୁଖ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ଜଣାପଡିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment