ଭୁବନେଶ୍ୱର ଏମ୍ସ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ମୁଖ୍ୟ ଭାବେ ପରିଚୟ ଦେଇ ଠକେଇ।

ପୋଲସରା,୧୧/୦୫(ପିପିଟି):ଭୁବନେଶ୍ୱର ଏମ୍ସ ର ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ମୁଖ୍ୟ ଭାବେ ପରିଚୟ ଦେଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଜଣେ ମହିଳାଙ୍କ ସମେତ ଚାରି ଜଣଙ୍କୁ ଗିରଫ କରି ପୋଲସରା ପୋଲିସ କୋର୍ଟ ଚାଲାଣ କରିଛି। ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଳିକ ଦେଇଥିବା ସୂଚନା ଅନୁଯାୟୀ ଭୁବନେଶ୍ବର ପାତ୍ରପଡା ଅଞ୍ଚଳର ଶୈଳବାଳା ମିଶ୍ର ନିଜକୁ ଭୁବନେଶ୍ୱର ଏମ୍ସ ର ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ମୁଖ୍ୟ ଭାବେ ପରିଚୟ ଦେଇ ପୋଲସରା ବ୍ଳକ ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମର ରଞ୍ଜନ ସାହୁଙ୍କ ପାଇଁ ଏମସ୍ ପରିସରରେ କେଣ୍ଟିନ ଲାଇସେନ୍ସ କରାଇଦେଲେ କହି ପର୍ଯ୍ୟାୟ କ୍ରମେ ୫୬ ଲକ୍ଷ ଟଙ୍କା ଠକି ନେଇଛନ୍ତି ବୋଲି ଥାନା ରେ ରଞ୍ଜନ ଏତଲା ଦେଇଛନ୍ତି । ଏହା ବ୍ୟତୀତ ପୋଲସରା ଏକ୍ସଇସ୍ ବ୍ୟାଙ୍କ ରେ କାର୍ଯ୍ୟରତ ଜଣେ ମହିଳା ଅଧିକାରୀ ଙ୍କୁ ମଧ୍ୟ ଏମ୍ସ ରେ ଉଛ ଦରମା ରେ ଚାକିରୀ କରାଇ ଦେବେ କହି ୬ ଲକ୍ଷ ଟଙ୍କା ଠକି ନେଇଥିବା ଅନ୍ୟ ଏକ ଅଭିଯୋଗ ହୋଇଛି। ପୋଲିସ ଏତଲା ପାଇବା ପରେ ଶୈଳବାଳା ମିଶ୍ରଙ୍କ ସମେତ ତାଙ୍କୁ ସହଯୋଗ କରୁଥିବା ଚିରିକିପଡା ଶାସନ ଗ୍ରାମର ନାରାୟଣ ପ୍ରଧାନ ଓ ତାଙ୍କ ପୁଅ ଯଦୁମଣି ପ୍ରଧାନ ଏବଂ ଭଞ୍ଜନଗର ଅଞ୍ଚଳ ର ଶିବରାମ ଗୌଡ଼ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ମାନେ ଚିରିକିପଡା ଶାସନ ଗ୍ରାମରୁ ପ୍ରାୟ କୋଟିଏ ଉର୍ଦ୍ଧ୍ବ ଟଙ୍କା ଠକି ନେଇଥିବା ପ୍ରାଥମିକ ଆକଳନରୁ ଜଣାପଡିଛି। ତଦନ୍ତ ପରେ ଏହି ପରିମାଣ ବଢିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା)

Comments (0)
Add Comment