ଭୁବନେଶ୍ୱରର ନୂତନ ଅତିରିକ୍ତ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ;ବିଦାୟୀ ଅଧିକାରୀଙ୍କୁ ସମ୍ବର୍ଦ୍ଧନା ।

ଭୁବନେଶ୍ୱର,୨୮/୦୧(ପିପିଟି): ଭୁବନେଶ୍ୱରର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ରମେଶ ଚନ୍ଦ୍ର ଜେନା ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ସେ କନ୍ଧମାଳ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଇଥିଲେ । ବିଦାୟୀ ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତିଙ୍କ ଠାରୁ ସେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ମହାନ୍ତିଙ୍କ କଟକ ଅବକାରୀ ଅତିରିକ୍ତ କମିଶନର ଭାବେ ବଦଳି ହୋଇଛି ।

ଏହି ଅବସରରେ ଅଧିକାରୀ ଓ କର୍ମଚାରୀ ମାନେ ନୂତନ ଅଧିକାରୀଙ୍କୁ ସ୍ୱାଗତ କରିବା ସହ ବିଦାୟୀ ଅଧିକାରୀଙ୍କ ନିମନ୍ତେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା ।

ଏହି ଅବସରରେ ଖୋରଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଖୋରଧା ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ପ୍ରତାପ ଚନ୍ଦ୍ର ବେଉରା, ଭୁବନେଶ୍ୱର ଉପ ଜିଲ୍ଲାପାଳ ଡଃ ମନୋରଞ୍ଜନ ସାହୁ, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment