ଯାଜପୁର,୦୪.୦୧(ପିପିଟି): ଯାଜପୁର ଜିଲ୍ଲାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଅଧ୍ୟକ୍ଷତା କରି କହିଲେ ଯେ ବ୍ଲକ୍ ଗୁଡ଼ିକରେ ପ୍ରଥମେ ପୂର୍ବ ପ୍ରସ୍ତୁତି ବୈଠକ କରାଯିବ। ଧାର୍ଯ୍ୟ ତାରିଖ ପୂର୍ବରୁ ବହୁ ମାତ୍ରାରେ ପ୍ରଚାର ପ୍ରସାର କରି ସମସ୍ତ ହିତାଧିକାରୀଙ୍କୁ ସଠିକ୍ ଅବଗତ କରାଇବା। ସମସ୍ତ କ୍ୟାମ୍ପ ଗୁଡ଼ିକ ସୁଚାର ରୂପେ ସମ୍ପନ୍ନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ହିତାଧିକାରୀ ଯେପରି ସୁବିଧାରେ ନିଜର ଆବଶ୍ୟକତା ଅନୁଯାୟୀ ଉପଲବ୍ଧ ସୁବିଧା ଗୁଡ଼ିକ ପାଇପାରିବେ ସେଥିପ୍ରତି ଧ୍ୟାନ ଦେବା ଉପରେ ସୂଚନା ପ୍ରଦାନ କରିଥିଲେ। ଆଲୋଚନା ପୂର୍ବକ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅଭିଯାନ ଗୁଡ଼ିକ ବିଭିନ୍ନ ବ୍ଲକରେ ଚଳିତ ମାସ ତା ୧୭.୦୧.୨୦୨୫ ରିଖ ଠାରୁ ଆରମ୍ଭ ହୋଇ ଆସନ୍ତା ମାସ ତା ୧୮.୦୨.୨୦୨୫ ରିଖ ପଯ୍ୟନ୍ତ ଚାଲୁ ରହିବ। ତା ୧୭.୦୧.୨୦୨୫ ରିଖରେ ଦଶରଥପୁର ବ୍ଲକ, ତା ୨୧.୦୧.୨୦୨୫ ରିଖାରେ ବରୀ ବ୍ଲକ, ତା ୨୪.୦୧.୨୦୨୫ ରିଖରେ ବିଂଝାରପୁର ବ୍ଲକ, ତା ୨୮.୦୧.୨୦୨୫ ରିଖରେ ରସୁଲପୁର ବ୍ଲକ, ତା ୩୧.୦୧.୨୦୨୫ ରିଖରେ ସୁକିନ୍ଦା ବ୍ଲକ,ତା ୦୪.୦୨.୨୦୨୫ ରିଖରେ ଦାନଗଦି ବ୍ଲକ୍, ତା ୦୭.୦୨.୨୦୨୫ ରିଖ ଓ ତା ୧୨.୦୨.୨୦୨୫ ରିଖରେ ଧର୍ମଶାଳା ବ୍ଲକ୍, ତା ୧୧.୦୨.୨୦୨୫ ରିଖରେ ଯାଜପୁର ବ୍ଲକ୍, ତା ୧୪.୦୨.୨୦୨୫ ରିଖରେ କୋରେଇ ବ୍ଲକ, ତା ୨୯.୦୧.୨୦୨୫ ରିଖ ଓ ୧୮.୦୨.୨୦୨୫ ରିଖରେ ବଡ଼ଚଣା ବ୍ଲକରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ନବକ୍ରିଷ୍ଣ ଜେନା,ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ), ଶୁଭେନ୍ଦ୍ର କୁମାର ସାମଲ, ଜିଲ୍ଳା ମୁଖ୍ୟ ଚିକିତ୍ସା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ସମସ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ପରିବହନ ଅଧିକାରୀ, ଡି.ଡି.ଆର.ସି ର କର୍ମକର୍ତ୍ତା, ଜିଲ୍ଲା ସାମଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ସମାଜିକ ସୁରକ୍ଷା ବିଭାଗର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।