କୋଦଳା ,୨୯/୦୮(ପିପିଟି):ବେଗୁନିଆପଡା ବ୍ଲକ ପରିସରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁନୀଲ କୁମାର ସାମନ୍ତଙ୍କ ସଭାପତିତ୍ୱ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ସମ୍ମାନନୀୟ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ଅଧ୍ୟକ୍ଷ୍ୟା ପ୍ରତିନିଧି ଦୁର୍ଯ୍ୟାଧନ ଗୌଡ଼ ଓ ସହାୟକ ଯନ୍ତ୍ରୀ ପ୍ରଦୀପ କୁମାର ସାହୁ ଯୋଗଦେଇଥିଲେ । ବେଗୁନିଆପଡା ପଞ୍ଚାୟତ ସମିତି ଅଧୀନ ବିଭିନ୍ନ ପ୍ରାନ୍ତ ରୁ ଶତାଧିକ ଭିନ୍ନକ୍ଷମ ଓ ଅଭିଭାବକ ସରକାରଙ୍କ ଏହି ଯୋଜନା ରେ ସାମିଲ ପାଇଁ ଯୋଗଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମ ରେ ଦୁଇଜଣ ଭିନ୍ନକ୍ଷମ ଙ୍କୁ ଟ୍ରାଇ ସାଇକଲ ପ୍ରଦାନ କରାଯାଇଥିବା ବେଳେ ଦୁଇଜଣଙ୍କୁ ସ୍ୱତନ୍ତ୍ର କୋଟା ରେ ଭତ୍ତା କାର୍ଡ ବଣ୍ଟନ କରାଯାଇଥିଲା ଏବଂ ଏବଂ ସେମାନଙ୍କୁ ମଞ୍ଚାସିନ ଅତିଥି ଗଣ ସେମାନଙ୍କୁ ଭୀମଭୋଇ ଙ୍କ ଜୀବନ ଶୈଳୀ କୁ ନେଇ ବୁଝାଇଥିଲେ ଏବଂ ସେମାନଙ୍କୁ ଉତ୍ସାହିତ କରି ମନୋବଳ ଦୃଢ଼ କରାଇଥିଲେ ବହୁ ଭିନ୍ନକ୍ଷମ ହିତାଧିକାରୀ ସେମାନଙ୍କ ନାମ ପଞ୍ଜିକରଣ କରିଥିଲେ । ଏବିଡିଓ ନିରଞ୍ଜନ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବ୍ଲକ ପଦାଧିକାରୀ,କର୍ମଚାରୀ ଓ ପଞ୍ଚାୟତ ପ୍ରତିନିଧି ଉପସ୍ଥିତ ଥିଲେ ।
ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ