ଭିବଜିଓର୍ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ।

ବ୍ରହ୍ମପୁର,୨୦/୧୨(ପିପିଟି):ଅଙ୍କୁଲି ସ୍ଥିତ ଭିବଜିଓର୍ ସ୍କୁଲର ନବମ ବାର୍ଷିକ ଉତ୍ସବ ଅବସରରେ ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥଭାବେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଭଲ ମଣିଷ କରି ଗଢି ତୋଳିବା ଆମ ସମସ୍ତଙ୍କ ଗୁରୁ ଦାୟିତ୍ୱ ବୋଲି ଉଦବୋଧନ ଦେବସହ ଭିବଜିଓର୍ ସ୍କୁଲ କମ ସମୟରେ ଭଲ ଶିକ୍ଷା ଯୋଗୁ ସୁନାମ ଅର୍ଜନ କରିପାରିଥିବାରୁ ପ୍ରଶଂସା କରିଥିଲେ । ବିଶିଷ୍ଟ ସମାଜସେବୀ ତଥା ମହାନ ସଂଘ ସଭାପତି ସୁଶାନ୍ତ କୁମାର ସାବତ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଅଭିଭାବକ ମାନେ ନିଜ ପିଲାମାନଙ୍କୁ ଉଚ୍ଚ ଶିକ୍ଷା ଓ ଉଚ୍ଚ ସଂସ୍କାର ଦେବା ସହ ମାଟି, ମା ଓ ମାତୃଭାଷାକୁ ଭଲପାଇ, ଦେଶ ମାତୃକାର ସେବକ ଭାବେ ଗଢି ତୋଳିବା ଉଚିତ ବୋଲି ମତବ୍ୟକ୍ତ କରିବା ସହ ମା ମାନେ ପିଲାଙ୍କୁ ଜଙ୍କ ଫୁଡ଼,ମୋମ,ପିଯା ଠାରୁ ଦୂରରେ ରଖି ପାରମ୍ପରିକ ଖାଦ୍ୟ ଅଭ୍ୟାସ କରିବା ଉଚିତ ବୋଲି ପରାମର୍ଶ ଦେଇଥିଲେ। ସ୍ଥାନୀୟ କର୍ପୋରେଟର ସାବିତ୍ରୀ ନାୟକ ସମ୍ମାନୀତ ଅତିଥି ଭାବେ ମଞ୍ଚାସୀନ ଥିଲେ। ବିଦ୍ୟାଳୟ ପ୍ରତିଷ୍ଠାତା ସଦସ୍ୟ ବିବେକାନନ୍ଦ ଦାସ, ଅଧ୍ୟକ୍ଷା ପୁଷ୍ପାଞ୍ଜଳି ଦାସଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କୃତି ଛାତ୍ର ଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ। ଛାତ୍ର ଛାତ୍ରୀଙ୍କ ଦ୍ଵାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଆଦୃତ ହୋଇଥିଲା।ସ୍କୁଲର ଶିକ୍ଷୟତ୍ରୀ,କର୍ମଚାରୀ ଓ ଅଭିଭାବକ ମାନେ ପରିଚାଳନାରେ ସହୋଜୋଗ କରିଥିଲେ।

Comments (0)
Add Comment