ଭିନ୍ନ ଆଦର୍ଶର ମଣିଷ ସୁବାସ ଚୌହାନ ଆର ପାରିରେ ।

ପଦ୍ମପୁର(ପିପିଟି)୧୦/୦୫, ପଶ୍ଚିମାଞ୍ଚଳର ଚର୍ଚ୍ଚିତ ନେତା ସୁବାଷ ଚୌହାନ ଆଜି ପ୍ରାତଃ ୩.୦୫ ମିନିଟରେ ଭୂବନେଶ୍ୱର ସ୍ଥିତ ଏକ ଘରୋଇ ହସପିଟାଲ ରେ ମୃତ୍ୟୁ ବରଣ କରିଛନ୍ତିାମୃତ୍ୟୁ ବେଳକୁ ତାଙ୍କୁ ୫୪ବର୍ଷ ହେଉଥିଲା । ସେ ୮.୫.୧୯୬୬ ମସିହାରେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ର ଏକ ପଲ୍ଲିଗ୍ରାମ ଆମ୍ବବାହାଲ ରେ ଏକ ସାଧାରଣ ପରିବାର ରେ ଜନ୍ମ ଗ୍ରହଣ କରିଥିଲୋ ବାପା ଶ୍ୟାମ ସୁନ୍ଦର ଚୌହାନ ମାଟି ବୋହି ସୁବାଷ ବାବୁ ଙ୍କୁ ମଣିଷ କରିଥିଲୋଛୋଟ ସମୟ ରୁ ଦେଶ ତଥା ମଣିଷ ଜାତି କୁ ସମ୍ମାନ ଜଣାଇ ଅନେକ ଗୁଡିଏ ଜନସେବା କରି ଛାଡି ଚାଲିଯାଇଛନ୍ତି ଆରପାରିକୁ । ସେ ଅନେକ ଦିନରୁ ଲିଭର କ୍ୟାନସର୍ ରେ ପିଡିତ ଥିଲୋ୨୦୧୪ ରେ ବରଗଡ ଲୋକସଭା ପ୍ରାର୍ଥିଭାବେ ବି.ଜେ.ପି ଦଳରୁ ମଇଦାନ କୁ ଓଲ୍ଲାଇଥିଲେ ହେଲେ କମ ବ୍ୟବଧାନରେ ବି.ଜେ.ଡି ପ୍ରାର୍ଥି ପ୍ରଭାସ ସିଂ ଙ୍କ ଠାରୁ ପରାସ୍ତ ହୋଇଥିଲେ ତଥାପି ତାଙ୍କର ସଂଘର୍ଷମୟ ଯାତ୍ରା ବନ୍ଦ ହୋଇନଥିଲା । ପରେ ବି.ଜେ.ଡି ର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିମନ୍ତ୍ରଣ କ୍ରମେ ବି.ଜେ.ଡି ଦଳରେ ଯୋଗ ଦାନ କରି ପଶ୍ଚିମ ଓଡିଶାବିକାଶ ପରିଷଦର ଅଧ୍ୟକ୍ଷ ଭାବେ କାର୍ଯ୍ୟତୁଲାଇ ଥିଲୋ । ତାଙ୍କର ଅନେକ ସ୍ୱପ୍ନ ସ୍ୱପ୍ନ ରେ ହିଁ ରହିଗଲା । ସେ ଅନେକ ଗୁଡିଏ ସାମୁହିକ କାର୍ଯ୍ୟକରିବାକୁ ସଂକଳ୍ପ ନେଇଥିଲେ ହେଲେ ହେହାନ୍ତ ହେବାଦ୍ୱାରା ତାଙ୍କର ଅଧୁରା ସ୍ୱପ୍ନରେ ପୂର୍ଣ୍ଣଛେଦ ପଡିଯାଇଛି । ଭୁବନେଶ୍ୱର ସ୍ଥିତ ଘରୋଇ ହସ୍ପିଟାଲ ରେ ଚିକିତ୍ସା ସମୟରେ ତାଙ୍କ ସ୍ୱାସ୍ଥ୍ୟଅବସ୍ଥା ଗୁରୁତର ହେବାରୁ ମେ ୫ ତାରିଖରେ ଭେଲ୍ଟିନେଟରକୁ ସ୍ଥାନାନ୍ତରିତ କରାଯାଇଥିଲା । ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଙ୍କ ନଜର ରେ ସେ ଚିକିତ୍ସିକ ହେଉଥିଲେ ବୋଲି ତାଙ୍କ ପରିବାର ବର୍ଗଙ୍କ ନିକଟରୁ ପ୍ରକାଶ । ସ୍ୱର୍ଗତ ଚୌହାନଙ୍କ ଦେହାନ୍ତ ରେ ସମଗ୍ର ଓଡିଶାରେ ଶୋକର ଲହରୀ ଖେଲିଯାଇଛି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Comments (0)
Add Comment